ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଓ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ଗିରଫ ହେଲେ l

0
171

ମୁମ୍ବାଇ: ଆଚିଭର୍ସ ନ୍ୟୁଜ୍ ୫/୦୯(ବ୍ୟୁରୋ)- ବହୁଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆଜି ଏକ ନାଟକୀୟ ମୋଡ଼ ଆସିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) (ନିଶା କାରବାର ନିୟନ୍ତ୍ରଣ ବ୍ୟୁରୋ) ପକ୍ଷରୁ ଆଜି ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ବେଆଇନ ଡ୍ରଗ୍ସ କାରବାର  ସମ୍ପୃକ୍ତି ନେଇ ଗିରଫ କରାଯାଇଛି। ଆଜି ସକାଳୁ ଏ ଦୁଇ ଜଣଙ୍କୁ ସେମାନଙ୍କ ଘରୁ  ଏନସିବି ଉଠାଇ ଆଣିବା ପରେ ଦିନ ସାରା ପଚରାଉଚରା କରିଥିଲା। ଶେଷରେ ରାତି ପ୍ରାୟ ୧୦ଟା ବେଳେ ବିଧିବଦ୍ଧ ଭାବେ ଗିରଫ କରାଯାଇଛି।

ଏହା ପୂର୍ବରୁ ଏନସିବି ପକ୍ଷରୁ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ, ସୌଭିକ ଓ ମିରାଣ୍ଡାଙ୍କ ଘରେ ଚଢଉ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଏନସିବିର ଦୁଇଟି ଟିମ ରିଆଙ୍କ ଜୁହୁ ତାରା ରୋଡ ସ୍ଥିତ ଘରେ ଓ ମିରାଣ୍ଡାଙ୍କ ମୁମ୍ବାଇସ୍ଥିତ ଘରେ ଚଢଉ କରିଥିଲା ।

LEAVE A REPLY

Please enter your comment!
Please enter your name here