ରାତିରେ ନିଦ ହେଉନି? ଆପଣାନ୍ତୁ ଏହି ଉପାୟ…

0
388

ଆଚିଭର୍ସ ନ୍ୟୁଜ୍‌, ୬/୦୭ (ବ୍ୟୁରୋ)-  ଠିକ୍ ସମୟରେ ନିଦ ହେଲେ ମଣିଷ ଶରୀର ସୁସ୍ଥ ରହେ। କିନ୍ତୁ ମାନସିକ ଚିନ୍ତା ଥିଲେ ରାତିରେ ଭଲ ନିଦ ହୁଏନାହିଁ। କିଛି ଖାଦ୍ୟ ଅଛି ଯାହାକୁ ରାତିରେ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ। ଆସନ୍ତୁ ଜାଣିବା ସେହି ଖାଦ୍ୟଗୁଡ଼ିକ ବିଷୟରେ

ବାଦାମ: ବାଦାମ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ। ରାତିରେ ଶୋଇବା ପୂର୍ବରୁ ଯଦି ଆପଣ ବାଦାମକୁ ଖାଇବେ ତେବେ ଭଲ ନିଦ ହୋଇଥାଏ। କାରଣ ବାଦାମରେ ହରମୋନ‌୍ ମେଲାଟୋନିନର ଗୁଣ ରହିଥାଏ।

କିୱି: କିୱିକୁ ଖାଇବା ଦ୍ୱାରା ବିଭିନ୍ନ ରୋଗରୁ ଉପଶମ ମିଳିଥାଏ। ଡ଼ାକ୍ତରଙ୍କ କହିବା ଅନୁଯାୟୀ, ଡ଼େଙ୍ଗୁ ରୋଗୀ କିୱିକୁ ଖାଇବା ଆବଶ୍ୟକ। କାରଣ ଏହା ପ୍ଲେଟଲେଟ୍ ବୃଦ୍ଧିରେ ସାହାଯ୍ୟ କରିଥାଏ। ରାତିରେ ଶୋଇବା ପୂର୍ବରୁ ଗୋଟାଏ କିୱିକୁ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ।

ଅଖରୋଟ: ଅଖରୋଟକୁ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ। କୌଣସି ତେଜରାତି ଦୋକାନରେ ଅଖରୋଟ ମିଳିପାରିବ। ଏଥିରେ ମେଲାଟୋନିନ୍ ହରମୋନ‌ର ଗୁଣ ରହିଥାଏ।

କାମୋମାଇଲ: କାମୋମାଇଲ ଚା’କୁ ରାତିରେ ଶୋଇବା ପୂର୍ବରୁ ପିଇବା ଦ୍ୱାରା ଭଲ ନିଦ ହୋଇଥାଏ। କାରଣ ଡ଼ାକ୍ତରଙ୍କ କହିବା ଅନୁଯାୟୀ, ଏହି ଚା’କୁ ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

ପାଚିଲା କଦଳୀ: ପାଚିଲା କଦଳୀକୁ ରାତିରେ ଖାଇଲେ ଭଲ ନିଦ ହୋଇଥାଏ। କାରଣ ଏଥିରେ ଟ୍ରାଇଟୋଫାନର ଗୁଣ ରହିଥାଏ।

ଉଷୁମ କ୍ଷୀର: ଉଷୁମ କ୍ଷୀର ରାତିରେ ପିଇବା ଦ୍ୱାରା ମଧ୍ୟ ଭଲ ନିଦ ହୋଇଥାଏ। ଏଥିରେ ମଧ୍ୟ ଟ୍ରାଇଟୋଫାନର ଗୁଣ ରହିଥାଏ।

ଭାତ: ଭାତକୁ ରାତିରେ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ। କାରଣ ଭାତରେ ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସର ଗୁଣ ରହିଥାଏ। ଫଳରେ ଶୋଇବା କାର୍ଯ୍ୟକଳାପକୁ ସକ୍ରିୟ କରିବା ସହ ଭଲ ନିଦ ହୋଇଥାଏ।

LEAVE A REPLY

Please enter your comment!
Please enter your name here