ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭ କୋରୋନା ଆକ୍ରାନ୍ତ

0
575
ABC
ABC

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭ ଜଣ କୋରୋନା ଆକ୍ରାନ୍ତ ।  ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ୧୭ଜଣଙ୍କ ମଧ୍ୟରୁ ସୁନ୍ଦରଗଡର ୭ଜଣ, ଖୋର୍ଦ୍ଧାର ୫ଜଣ , ଭଦ୍ରକର ୩ଜଣ ଏବଂ ବାଲେଶ୍ୱରର ୨ ଜଣ ।

ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ୮୫ଜଣ ସୁସ୍ଥ ହୋଇଛନ୍ତି । ଏବଂ ଏବେ ସୁଦ୍ଧା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୨୦ ଥିବାବେଳେ ୩ ଜଣ ପ୍ରାଣ ହରାଇଛନ୍ତି । ସେପଟେ ରାଜ୍ୟରେ ଆଜି ସକାଳୁ ଆଉ ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ପଜିଟିଭକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ରେ ପହଂଚିଛି ।

LEAVE A REPLY

Please enter your comment!
Please enter your name here