ରାଜ୍ୟରେ ରେକର୍ଡ କୋରୋନା ଟେଷ୍ଟ, ଗୋଟିଏ ଦିନରେ 2027ଟି ନମୂନା ପରୀକ୍ଷା

0
490
bvtrf
ghjhnb

ଭୁବନେଶ୍ବର: ରାଜ୍ୟରେ ରେକର୍ଡ ସ୍ତରରେ କରାଗଲା କରୋନା ଟେଷ୍ଟ। ମଙ୍ଗଳବାର ଦିନ ରାଜ୍ୟରେ ରେକର୍ଡ଼ ନମୂନା ପରୀକ୍ଷା ହୋଇଛି ବୋଲି ସୂଚନା ଦେଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେବଳ ମଙ୍ଗଳବାର ଦିନ ମୋଟ 2 ହଜାର 27ଟି ନମୂନା ପରୀକ୍ଷା କରାଯାଇଛି। ଏହାକୁ ମିଶେଇ ବର୍ତ୍ତମାନ ରାଜ୍ୟରେ 13 ହଜାର 775ଟି ନମୂନା ପରୀକ୍ଷା କରାଯାଇଛି। ଏହାରି ମଧ୍ୟରେ 4 ହଜାର 975ଟି ରାପିଡ ଆଂଟିବଡି ଟେଷ୍ଟ ହୋଇଛି।

ମିଳିଥିବା ତଥ୍ୟ ଅନୁସାରେ କେବଳ ମଙ୍ଗଳବାର ଦିନ ଆରଏମଆରସିରେ 1234 ଟି ନମୂନା ପରୀକ୍ଷା ହୋଇଛି । ଏମ୍ସରେ 77ଟି, ଏସସିବିରେ 378 । ଏମକେସିଜିରେ 41, ଭୀମସାରରେ 33, ଆଇଏଲଏସରେ 192, ରାଉରକେଲା ଆଇଜିଏଚରେ 51 ଟି ଓ ଆପୋଲୋରେ 21ଟି ନମୂନା ପରୀକ୍ଷା ହୋଇଛି । ଗୋଟିଏ ସ୍ୱାବ ଟେଷ୍ଟ ପାଇଁ ଖର୍ଚ୍ଚ ହେଉଛି 4500 ଟଙ୍କା । ରାପିଡ୍ ଆଂଟିବଡି ପରୀକ୍ଷା ପାଇଁ ଖର୍ଚ୍ଚ ହେଉଛି 300 ଟଙ୍କା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 82 ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here