‘ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ’, ସଂକ୍ରମଣରେ ଭାରତ ୪ର୍ଥ ସ୍ଥାନରେ

0
448

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୧୨/୦୬ (ବ୍ୟୁରୋ)- ଦେଶରେ କରୋନା ଭୂତାଣୁର ଦ୍ରୁତ ସଂକ୍ରମଣ ସତ୍ତ୍ୱେ ଏହା ଗୋଷ୍ଠୀ ସଂକ୍ରମଣ ସ୍ତରରେ ପହଞ୍ଚି ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି । ଭାରତୀୟ ଭେଷଜ ଗବେଷଣା ପ୍ରତିଷ୍ଠାନ (ଆଇସିଏମ୍‌ଆର୍‌) ମହାନିତର୍ଦେଶକ ଡାକ୍ତର ବଳରାମ ଭାର୍ଗବ ଗୁରୁବାର କହିଛନ୍ତି ଯେ, ଭାରତ ଭଳି ଏକ ବିଶାଳ ଦେଶରେ ସଂକ୍ରମଣର ମାତ୍ରା ବହୁତ୍ କମ୍ ରହିଛି । ଲକଡାଉନ୍ ଭଳି ପ୪କ୍ଷେପ ଯୋଗୁଁ କରୋନାର ଦ୍ରୁତ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିଛି । କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣକୁ ଗୋଷ୍ଠୀ ସଂକ୍ରମଣ କୁହାଯାଏ । ଏହି ସ୍ତରରେ ସଂକ୍ରମଣ କେଉଁଠାରୁ ଆସିଛି ତାହା ଜଣାପଡ଼ି ନଥାଏ ।

LEAVE A REPLY

Please enter your comment!
Please enter your name here