ରାଜନାଥ ସିଂଙ୍କ ମିଶନ ବର୍ଡର: ଶତ୍ରୁ ହାତକୁ ଯିବନି ଦେଶର ଇଂଚେ ଜାଗା l

0
420

ଭୁବନେଶ୍ୱର, ଆଚିଭର୍ସ ନ୍ୟୁଜ୍‌, ୧୮/୦୭ (ବ୍ୟୁରୋ)- ରାଜନାଥଙ୍କ ମିଶନ ବର୍ଡର । ୨ ଦିନିଆ ଲଦାଖ ଓ ଜାମ୍ମୁକାଶ୍ମୀର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି ଏହି ଗସ୍ତରେ ଲଦାଖରେ ପହଁଚି ସୀମାରେ ସ୍ଥିତି ସମୀକ୍ଷା କରିଛନ୍ତି ରାଜନାଥା ସମୁଦ୍ରପତନରୁ ହଜାର ହଜାର ଫୁଟ ଉଚ୍ଚ ଘାଟିରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏପରି ଉପସ୍ଥିତି ସୀମାରେ ସେନାର ମନୋବଳ ବଢାଇଛି

ଆପାଚୀ ହେଲିକପ୍ଟର , ସାମରିକ ସାମଗ୍ରୀ ପରିବହନ କରୁଥିବା ବିମାନ ସହିତ ଘାଟି ଉପରେ ଚକ୍କର ମାରିଥିଲା ଯୁଦ୍ଧ ବିମାନ । ଏହି ବିମାନ ବଡ ବଡ ଟ୍ୟାଙ୍କକୁ ବି ଘାଟି ଉପରକୁ ଟେକି ନେବା ସହି ଶତ୍ରୁ ପକ୍ଷର ଟ୍ୟାଙ୍କକୁ ବି ଧ୍ୱଂସ କରିବାର କ୍ଷମତା ରଖିଛି । ଘାଟି ଉପରେ ଶକ୍ତି ଦେଖାଇଥିଲା ଯୁଦ୍ଧ ଟ୍ୟାଙ୍କ । ଅତି କଠୋର ସ୍ଥିତିରେ ପାରା କମାଣ୍ଡୋ କିପରି ଘାଟି ଉପରେ ଶତ୍ରୁକୁ ମୁକାବିଲା କରିବେ ତାହାର ଝଲକ ବି ଦେଖାଇଥିଲେ । ସୀମାର ଆଗୁଆ ଘାଟି ଷ୍ଟକନାରେ ଭାରତୀୟ ସେନାର ସମରାଭ୍ୟାସ , ଏଲଏସିରେ ଥିବା ଚୀନକୁ ସ୍ପଷ୍ଟ ବାର୍ତା ପ୍ରଦାନ କରିଛି, ଭାରତ ଏହାର ସୀମାର ସୁରକ୍ଷା ପାଇଁ ସବୁବେଳେ ପ୍ରସ୍ତୁତ ରହିଛି ।

LEAVE A REPLY

Please enter your comment!
Please enter your name here