ରାଜଗାଙ୍ଗପୁରରେ ମାଲବାହୀ ଟ୍ରେନ୍ ଓଲଟିଲା l

0
1038

ରାଜଗାଙ୍ଗପୁର: ଆଚିଭର୍ସ ନ୍ୟୁଜ୍‌, ୨୫/୦୭ (ବ୍ୟୁରୋ):- ଆଜି ପୂର୍ବାହ୍ନ ପାଖାପାଖି ସାଢେ ୧୧ଟା ବେଳେ ଏକ ମାଲବାହୀ ଟ୍ରେନ୍ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ଓଲଟିଥିବାର ଖବର ମିଳିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ପାଖାପାଖି ସାଢେ ୧୧ଟା ବେଳେ ଏକ ମାଲବାହୀ ଟ୍ରେନ୍ ରାଉରକେଲାରୁ ରାଜଗାଙ୍ଗପୁର ଆସୁଥିବା ସମୟରେ ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ଟ୍ରେନର ମଝି ଭାଗରେ ଥିବା ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା। ଗୋଟିଏ ବଗି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିବା ବେଳେ ଅନ୍ୟଟି ଲାଇନଚ୍ୟୁତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here