ରଥଯାତ୍ରା: ବିଶ୍ୱବାସୀଙ୍କ ବିଶ୍ୱାସ ଓ ଭାବନାର ପ୍ରତୀକ

0
412

ଆଚିଭର୍ସ ନ୍ୟୁଜ୍‌, ୧/୦୭ (ବ୍ୟୁରୋ)- ରଥଯାତ୍ରା ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଦିନରେ, ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପୁରୀଠାରେ ଅନୁଷ୍ଠିତ ହୋଇଥାଏ । ଏହିଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହିତ ତିନୋଟି ନୂତନ ରଥରେ ବିଜେହୋଇ ବଡ଼ଦେଉଳକୁ ଫେରିଆସନ୍ତି, ଯାହା ବାହୁଡ଼ା ଯାତ୍ରା ନାମରେ ପ୍ରସିଦ୍ଧ ଅଟେ । ହଜାର ହଜାର ଭକ୍ତ ରଥଯାତ୍ରାରେ ଯୋଗଦେଇ ଶ୍ରୀଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ବଡ଼ଦାଣ୍ଡରେ ରଥ ଟାଣି ନିଅନ୍ତି । ପୁରୀ ବଡ଼ଦାଣ୍ଡରେ ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ଭକ୍ତମାନଙ୍କ ପାଇଁ ଏକ ପବିତ୍ର ମୁହୂର୍ତ୍ତ ଅଟେ ।
ଏହାକୁ ହୃଦୟଙ୍ଗମ କରି ସମଗ୍ର ବିଶ୍ୱରୁ ଭକ୍ତମାନେ ଚଳିତ ବର୍ଷର ରଥଯାତ୍ରାକୁ ସମ୍ପୂର୍ଣ୍ଣ ନିଷେଧ ନକରି କୋଭିଡ-୧୯ ସଂକ୍ରମଣ ବନ୍ଦ୍ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରତିବନ୍ଧକ ସହିତ ଆୟୋଜନ ପାଇଁ ଉଭୟ କେନ୍ଦ୍ରୀୟ ଏବଂ ରାଜ୍ୟ ସରକାରଙ୍କୁ ଆଇନଗତ ପ୍ରତିକାରର ଅନୁସନ୍ଧାନ ପାଇଁ ଅନୁରୋଧ କରିଥିଲେ । ସରକାର ରଥଯାତ୍ରା ନିଷେଧାଦେଶର ପୁନର୍ବିଚାର ପାଇଁ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟରେ ପୁନର୍ବିଚାର ଯାଚିକା ଦାଖଲ କରାଗଲା । ଫଳସ୍ୱରୂପ, ୨୨ ଜୁନ୍ ୨୦୨୦ ଦିନ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ କୋଭିଡ-୧୯ର ସଂକ୍ରମଣକୁ ବନ୍ଦ୍ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରି କେବଳ ପୁରୀରେ ରଥଯାତ୍ର୍ରା ଆୟୋଜନ କରିବା ପାଇଁ ଅନୁମତି ଦେଇଥିଲେ ।
ଯଦିଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହି ରଥଯାତ୍ରା, ଭକ୍ତ ଏବଂ ଭଗବାନଙ୍କର ମିଳନ ପାଇଁ ଉଦ୍ଦିଷ୍ଟ ଏବଂ ଏଥିପାଇଁ ବଡ଼ଦାଣ୍ଡରେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ, କିନ୍ତୁ ଚଳିତ ବର୍ଷର ଏହି ରଥଯାତ୍ରାରେ ବଡ଼ଦାଣ୍ଡ ଭକ୍ତଶୂନ୍ୟ ହୋଇଯାଇଥିଲା । କେବଳ ସୀମିତ ସଂଖ୍ୟାର ସେବକମାନଙ୍କ ଦ୍ୱାରା ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ସମ୍ଭବତଃ ଏହି ଲୀଳାମୟ ଶ୍ରୀଜଗନ୍ନାଥଙ୍କର ଇଚ୍ଛା ଯେ, ନିଜ ଭକ୍ତମାନଙ୍କର ଆନନ୍ଦ ନିମନ୍ତେ ବିଭିନ୍ନ ଲୀଳା କରିଥାଆନ୍ତି “ମମ ଭକ୍ତ ବିନୋଦାର୍ଥେ କରୋମି ବିବିଧ କ୍ରିୟା” ।

LEAVE A REPLY

Please enter your comment!
Please enter your name here