ଯୁବକ ତିଆରି କରିବେ ‌ଇଲେକ୍‌ଟ୍ରିକ୍ ବସ୍ l

0
120

ଭୁବନେଶ୍ବର : ଆଚିଭର୍ସ ନ୍ୟୁଜ୍ ୫/୦୯(ବ୍ୟୁରୋ)- କୋରାପୁଟର ଜୟପୁର ସହରରେ ଜନ୍ମ ଗ୍ରହଣ କରି ଫାମ୍ପୁଣି ସରକାରୀ ଉଚ୍ଚ ବିଦ୍ୟାଳୟରୁ ଦଶମ ଏବଂ ଆଇଇଏମ୍‌ରୁ ମେକାନିକାଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ଓ ପରେ ସିଭିଲ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରି ହାସଲ କରିଥିବା ଯୁବ ଉଦ୍ୟୋଗୀ ପ୍ରଭାତ କୁମାର ନାହାକ ରାଜ୍ୟରେ ଏକ ଇଲେକ୍ଟ୍ରିକ୍ ବସ୍ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛନ୍ତି। ଭୁବନେଶ୍ବର ଓ ବ୍ରହ୍ମପୁର ମଧ୍ୟରେ ଯେକୌଣସି ସ୍ଥାନରେ ଜମି ମିଳିଲେ ସେ ଏହି କାରଖାନା ବସାଇବେ। ଏଥିପାଇଁ ଇଡ୍‌କୋକୁ ସେ ୧୦୦ ଏକର ଜମି ମାଗିଛନ୍ତି।

ଜମି ମିଳିବା ପରେ ୩୫-୪୦ କୋଟି ଟଙ୍କା ବ୍ୟୟରେ କାରଖାନା ସ୍ଥାପନ କରାଯିବ ଓ କିଛି ମାସ ପରେ ସେଠାରୁ ଉତ୍ପାଦନ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଜୁମ୍‌ ମାଧ୍ୟମରେ ନିଜ ବ୍ୟାବସାୟିକ ଯୋଜନା ସମ୍ପର୍କରେ ଶ୍ରୀ ନାହାକ ଆଲୋଚନା କରି କହିଛନ୍ତି, ଏକ ଯୌଥ ଉଦ୍ୟୋଗ ଜରିଆରେ ଓଡ଼ିଶାରେ କାରଖାନା ସ୍ଥାପନ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେ ବର୍ଷକୁ ୧୫୦୦-୨୦୦୦ ବସ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛୁ। ୟୁରୋପୀୟ ପ୍ରଯୁକ୍ତିକୁ ବ୍ୟବହାର କରି ବସ୍‌ଗୁଡ଼ିକୁ ନିର୍ମାଣ କରାଯିବ। ୨୦୨୧ ମାର୍ଚ୍ଚ ସୁଦ୍ଧା ଏହି ପ୍ରକଳ୍ପ ଆଗକୁ ବଢ଼ାଇବା ଲାଗି କଂପାନି ଯୋଜନା ରଖିିଛି।

LEAVE A REPLY

Please enter your comment!
Please enter your name here