ଯାଜପୁରରେ ପୁଣି ୩ପଜିଟିଭ୍‌ ଚିହ୍ନଟ

0
520
bbm
bbm

ଭୁବନେଶ୍ୱର: ଯାଜପୁର ଜିଲାରୁ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ ଯେ, ପୂର୍ବରୁ ରାଜ୍ୟର ୩ ନୂଆ ପଜିଟିଭ୍‌ ବିଷୟରେ ସୂଚନା ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ଜଣେ ବାଲେଶ୍ୱରର ଥିବା ବେଳେ ୨ଜଣ ବଲାଙ୍ଗୀର ଜିଲାର ରହିଥିଲେ। ଏବେ ପୁଣି ୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 148ରେ ପହଞ୍ଚିଛି। ସେଥିରୁ ୧୦୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୧ଜଣ ସୁସ୍ଥ ହୋଇଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here