ମେ’ ୧୫ ଯାଏ ବଢ଼ିଲା ସ୍ବାସ୍ଥ୍ୟ ଓ ମୋଟରଯାନ ବୀମା ଅବଧି

0
492
vgrf
vff

ଭୁବନେଶ୍ୱର-  ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଓ ମୋଟରଯାନ ବୀମା ପଲିସିର ନବୀକରଣ ତାରିଖକୁ କେନ୍ଦ୍ର ସରକାର ଆସନ୍ତା ମେ ୧୫ତାରିଖ ଯାଏ ଘୁଞ୍ଚାଇ ନେଇଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଏଥିରେ କୁହାଯାଇଛି ଯେ, କୋଭିଡ-୧୯ ଲକଡାଉନ ଜାରି ରହିଥିବାରୁ ଏଭଳି କଠିନ ସମୟରେ ବୀମାକାରୀମାନେ ସେମାନଙ୍କର ବୀମାକୁ ନବୀକରଣ କରିବା ସମ୍ଭବ ହେଉନାହିଁ । ଯଦି କୌଣସି ବୀମାଧାରୀଙ୍କ ପଲିସି ୨୦୨୦ ମାର୍ଚ୍ଚ ୨୫ରୁ ମେ ୩ ତାରିଖ ମଧ୍ୟରେ ନବୀକରଣ ଅବଧି ଶେଷ ହୋଇଥିବ । ସେମାନେ ମେ ୧୫ତାରିଖ ମଧ୍ୟରେ ନିଜର ଦେୟ ଜମା କରିପାରିବେ । ଏହି ସମୟରେ ବୀମା ଅବଧି ଶେଷ ହୋଇଥିଲେ ମଧ୍ୟ ପୂର୍ବଭଳି ବୀମା ବଳବତ୍ତର ରହିବ ।

LEAVE A REPLY

Please enter your comment!
Please enter your name here