ମେଲାଣି ବେଳେ ଚାପ ଖେଳି ପାରିଲେନି ମା’ ଶହେବର୍ଷର ପରମ୍ପରା ଭାଙ୍ଗିଲା

0
40

ରାଜନଗର: ରାଜନଗରର ଗଣପର୍ବ ଶାରଦୀୟ ଦୁର୍ଗାପୂଜା ନିରାଡମ୍ବର ଭାବେ ଶେଷ ହୋଇଛି। ବାଜା,ବାଣ, ରୋଷଣି ବିନାଓ ବିନା ଭକ୍ତରେ ଏହି ପର୍ବ ଶେଷ ହୋଇଛି। ଜଗତଜନନୀ ମା’ ଦୁର୍ଗାଙ୍କୁ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଦଶମୀ ତିଥିରେ ବିସର୍ଜନ ଦିଆଯାଇଛି। ରାଜନଗର ଦେବୀଘରେ ମା’ଦୁର୍ଗାଙ୍କ ପୂଜାର୍ଚ୍ଚନା ରୀତିନୀତିରେ ଶେଷହୋଇଛି। ପଣ୍ତିତ ବିଜୟ କୁମାର ନନ୍ଦ, ପଣ୍ତିତ ଶଙ୍କର୍ଷଣ ମିଶ୍ର, ପଣ୍ତିତ ରବିନାରାୟଣ ମିଶ୍ର, ଅଭୟ କୁମାର ମିଶ୍ର, ହର କୁମାର ମିଶ୍ର, ପ୍ରଦୀପ୍ତ ମିଶ୍ର, ପ୍ରମୋଦ ପାଣି ପ୍ରମୁଖ ପୂଜକ ମା’ଙ୍କ ପୂଜାନୀତି ସଂପାଦନ କରିଥିଲେ।

LEAVE A REPLY

Please enter your comment!
Please enter your name here