ମୁହଁ ଖୋଲିଲେ ଅନୁଭବ:

0
110

କଟକ :ଆଚିଭର୍ସ ନ୍ୟୁଜ୍ ୦୭/୦୯(ବ୍ୟୁରୋ)- କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ତାଙ୍କର ବିବାଦ ନେଇ ମୁହଁ ଖୋଲିଛନ୍ତି। ସେ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ‘ଜଣେ ମହିଳା ଭାବେ ମୁଁ ବର୍ଷାଙ୍କୁ ସମ୍ମାନ କରେ। ଆମ ସମସ୍ୟା ଘରେ ସମାଧାନ ହୋଇପାରିଲା ନାହିଁ, ସେଥିପାଇଁ ଆମେ କୋର୍ଟର ଆଶ୍ରୟ ନେଲୁ। ମୋର ନ୍ୟାୟ ବ୍ୟବସ୍ଥା ଉପରେ ଭରସା ଅଛି। ସମସ୍ୟାର ସମାଧାନ ହୋଇଯିବ ବୋଲି  ଆଶା।  ଏହା ଆମର ବ୍ୟକ୍ତିଗତ ସମସ୍ୟା, ଏ ବିଷୟରେ ଅଧିକ କିଛି କହିବାକୁ ଚାହୁଁନାହିଁ।’ ଏଥିସହ ଆହୁରି ମଧ୍ୟ କହିଛନ୍ତି ଯେ ‘ମୁଁ ବର୍ଷାଙ୍କୁ ବହୁତ ଭଲପାଏ। ସେ ଏବେ ବି ଆମ ଘ‌ରେ ଅଛନ୍ତି। ମୁଁ ବର୍ତ୍ତମାନ ମୋ ବାପାଙ୍କ ଦେହ ନେଇ ବ୍ୟସ୍ତ ଅଛି, ତାଙ୍କର ଡାଏଲିସିସ୍ ଚାଲିଛି।’

ଅନ୍ୟ ପକ୍ଷରେ ବର୍ଷା ପ୍ରିୟଦର୍ଶିନୀ ୧୦୦ ନମ୍ବରକୁ ଫୋନ କରି ପୁଲିସଠାରୁ ସୁରକ୍ଷା ଚାହିଁଛନ୍ତି ବୋଲି ସୂଚନା ମିଳିଛି। ସେ ଖାଉଥିବା ବେଳେ ଅନୁଭବଙ୍କ ଜଣେ ସହଯୋଗୀ ତାଙ୍କ କୋଠାରୀ ଭିତରକୁ ପଶି ଭିଡିଓ କରିବା ଫଳରେ ବର୍ଷା ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ତେବେ ଏ ନେଇ ବର୍ଷାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସନାହିଁ।

LEAVE A REPLY

Please enter your comment!
Please enter your name here