ମୁମ୍ବାଇର ପ୍ରଥମ ବିଜୟ

0
92

ଆବୁ ଧାବି, ଆଚିଭର୍ସ ନ୍ୟୁଜ୍ ୨୪/୦୯ (ବ୍ୟୁରୋ)-   ଆଇପିଏଲ୍‌ର ପଞ୍ଚମ ମ୍ୟାଚ୍‌ରେ ବୁଧବାର କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)କୁ ଗତଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ୪୯ ରନ୍‌ରେ ପରାସ୍ତ କରିଛି। ଫଳରେ ଚଳିତ ଆଇପିଏଲ୍‌ରେ ମୁମ୍ବାଇ ନିଜ ଦ୍ବିତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ ପାଇଛି। ଅନ୍ୟପକ୍ଷରେ କୋଲକାତା ତା’ର ପ୍ରଥମ ମ୍ୟାଚ୍‌ରେ ହିଁ ବୃହତ୍ ପରାଜୟ ବରଣ କରିଛି। ଚାରି ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦୁଇ ଥର ବିଜେତା କେକେଅର୍‌ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍‌‌ରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୯୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ କେକେଆର୍‌ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୪୬ ରନ୍ କରି ହାରିଥିଲା। ରୋହିତ ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ମେଡେନ୍‌ରୁ ପଶ୍ଚାତଧାବନ ଆରମ୍ଭ କରିଥିବା କୋଲକାତା ମାତ୍ର ୨୫ ରନ୍ ଭିତରେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ୍ (୭) ଓ ସୁନିଲ ନରିନ (୯)ଙ୍କୁ ହରାଇଥିଲା। ଏହା ପରେ ବଡ଼ ଭାଗୀଦାରି କରି ନପାରି ୫ ଓଭର ପୂର୍ବରୁ ହିଁ ବିଜୟ ଆଶା ଛାଡ଼ି ଦେଇଥିଲା। ଦଳ ପକ୍ଷରୁ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ସର୍ବାଧିକ ୩୩ ରନ୍ କରିଥିଲେ। ଅଧିନାୟକ ଦୀନେଶ କାର୍ତ୍ତିକ ୩୦ ରନ୍ କରିଥିଲା ବେଳେ ବିସ୍ଫୋରକ ଆନ୍ଦ୍ରେ ରସେଲ (୧୧) ଓ ଇଅନ ମୋର୍ଗାନ (୧୬)ଙ୍କୁ ରୋକିବାକୁ ମୁମ୍ବାଇ ବୋଲର ସକ୍ଷମ ‌ହୋଇଥିଲେ। କୋଲକାତା ବିପକ୍ଷରେ ମୁମ୍ବାଇ ଆଧିପତ୍ୟ ଜାରି ରଖି ୨୬ ମ୍ୟାଚ୍‌ରୁ ୨୦ତମ ବିଜୟ ହାସଲ କରିଥିଲା।

LEAVE A REPLY

Please enter your comment!
Please enter your name here