ମିଶିଯିବ ୧୧ହଜାର ୫୧୭ ସ୍କୁଲ

0
579
ff
cc

ଭୁବନେଶ୍ୱର: ମିଶିଯିବ ୧୧ ହଜାର ୫୧୭ଟି ସ୍କୁଲ । ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆବଶ୍ୟକ ସଂଖ୍ୟକ ପିଲା ଓ ଭିତ୍ତିଭୂମିର ଅଭାବ ଥିବାରୁ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟସରକାର । ୨୦ କିମ୍ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥିବା ୬ ହଜାର ୩୪୦ଟି ବିଦ୍ୟାଳୟ, ୪୦ରୁ କମ୍ ଛାତ୍ରଛାତ୍ରୀ ଥିବା ୫ ହଜାର ୧୭୭ଟି ପ୍ରାଇମେରୀ ସ୍କୁଲ ବନ୍ଦ ହେବ। ସୂଚନା ଅନୁଯାୟୀ, ୧୦୦ ମିଟର ଦୂରତା କିମ୍ବା ଗୋଟିଏ କ୍ୟାମ୍ପସରେ ରହିଥିବା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ, ୨୦ କିମ୍ବା ତା’ଠାରୁ କମ୍ ପିଲା ଥିବା ବିଦ୍ୟାଳୟ, କେବଳ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର‌୍ୟ୍ୟନ୍ତ ପଢ଼ା ଯାଉଥିବା ବିଦ୍ୟାଳୟ, କେବଳ ନବମ ଓ ଦଶମ ଶ୍ରେଣୀ ଥିବା ବିଦ୍ୟାଳୟ, ପ୍ରଥମରୁ ତୃତୀୟ ଶ୍ରେଣୀ ପର‌୍ୟ୍ୟନ୍ତ ଥିବା ବିଦ୍ୟାଳୟଗୁଡିକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରାଯିବ। ମିଶ୍ରଣ ସମୟରେ ଶିକ୍ଷା ଅଧିକାର ଆଇନ୍ ପାଳନ କରାଯିବ।

LEAVE A REPLY

Please enter your comment!
Please enter your name here