ମିଥ୍ୟା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଙ୍କୁ ଅଦାଲତଙ୍କ ନିର୍ଦେଶ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ

0
27

ଚେନ୍ନାଇ: ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ସାତ ବର୍ଷରୁ ଅଧିକ କାଳ ବିଚାରର ସମ୍ମୁଖୀନ ହୋଇଥିବା ଜଣେ କଲେଜ ଛାତ୍ରଙ୍କୁ ଚେନ୍ନାଇ ଅଦାଲତ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି।
ପୀଡ଼ିତା ଜନ୍ମ କରିଥିବା ଶିଶୁଟି ତାଙ୍କ ଔରସଜାତ ନୁହେଁ ବୋଲି ‘ଡିଏନ୍‌ଏ’ ପରୀକ୍ଷାରୁ ପ୍ରମାଣିତ ହେବା ପରେ ତାଙ୍କୁ ଦୋଷମୁକ୍ତ ଘୋଷଣା କରାଯାଇଥିଲା। ଏହି ମିଥ୍ୟା ଦୁଷ୍କର୍ମ ଅଭିଯୋଗ ତାଙ୍କର କ୍ୟାରିୟର୍‌ ଏବଂ ଜୀବନ ନଷ୍ଟ କରିଛି ବୋଲି ଦର୍ଶାଇ ସନ୍ତୋଷ ନାମକ ସେ ବ୍ୟକ୍ତି ମାମଲା ଦାଏର କରିଥିଲେ। ତାଙ୍କର ଆବେଦନକୁ ଆଂଶିକଭାବେ ଗ୍ରହଣ କରି ଚେନ୍ନାଇର ଏକ ଅଦାଲତ ତାଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ଲାଗି ମିଥ୍ୟା ଅଭିଯୋଗ କରିଥିବା ସେ ଝିଅ ଏବଂ ତାଙ୍କ ପିତାମାତାଙ୍କୁ ନିର୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here