ମାଲକାନଗିରରେ କରୋନା ରୋଗ ପ୍ରତିଷେଧକ ନାଁରେ ଅନ୍ଧବିଶ୍ୱାସ:

0
297

ଆଚିଭର୍ସ ନ୍ୟୁଜ୍‌, ୨୧/୦୭ (ବ୍ୟୁରୋ):-  କରୋନା କାଳରେ କୁନି ପିଲାଙ୍କୁ ଦିଆଯାଉଛି ଦେଶୀ ମଦ । ଆଉ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଲାଗି ଏପରି କରାଯାଉଥିବା ଚର୍ଚା ହେଉଛି । ଏ ଚିତ୍ର ହେଉଛି ମାଲାକାନଗିରି ଜିଲ୍ଲାର । କରୋନାର ସବୁ ନିୟମକୁ ଫୁ କରି ମାଲକାନଗିରି ଜିଲ୍ଲାର ପୋଡିଆ ବ୍ଲକର ଦୁର୍ଗମ ପର୍ସନପଲ୍ଲୀ ଗାଁରେ ଏକାଠି ହୋଇଛନ୍ତି ଗ୍ରାମବାସୀ ।

ନାଁ ମୁହଁରେ ଅଛି ମାସ୍କ, ନା ରହିଛି ସାମାଜିକ ଦୂରତା । ମହୁଲି ମଦ ସେବନ ଚାଲୁଥିବା ବେଳେ କୁନି କୁନି ପିଲାଙ୍କ ହାତରେ ଧରାଇ ଦିଆଯାଇଛି ପତ୍ର ତିଆରି ଠୋଲା । ବଡ ଲୋକଙ୍କ ସହିତ କୁନି କୁନି ପିଲା ବି ଏହାକୁ ପାନ କରୁଛନ୍ତି । ମଦ ପିଇଲେ କରୋନା ପାଖ ମାଡିବ ନାହିଁ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ରହିଥିବାରୁ ଏପରି କରାଯାଉଥିବା ଚର୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here