ମାନସିକ ସ୍ୱାସ୍ଥ୍ୟ-ପରିବେଶ

0
28

ଆଚିଭର୍ସ ନ୍ୟୁଜ୍ ୧୩/୦୮ (ବ୍ୟୁରୋ)-  ବଞ୍ଚିବା ଓ ମରିବାର ମନୋବୃତ୍ତି ନିଜନିଜ ଭିତରେ ଲଢୁଥାନ୍ତି ଏବଂ ଅନେକ ସମୟରେ ଜିଇଁବାର ନିଶା, ପୃଥିବୀକୁ ଭୋଗିବାର ଆକୁଳତା ସକଳ ପ୍ରତିକୂଳ ସ୍ଥିତିରେ ବଞ୍ଚିବାର ନୂଆ ରାସ୍ତା ଦେଖେଇ ଦିଏ । ପରିସ୍ଥିତି ବଦଳିଯାଇପାରେ ହୁଏତ! ନ ବଦଳିଲେ ବି ଆଶା ସଂଚାର ହୁଏ । ଆଜି ନ ହେଲା ନାହିଁ, କାଲିକୁ ହୁଏତ ବଦଳିଯିବ । ଆଉ କିଛି ଭାବନ୍ତି, ଦୁଃଖ , ଅଭାବବୋଧ ବା ଯନ୍ତ୍ରଣାରୁ ମୁକ୍ତି ପାଇବାର ସାମାନ୍ୟ ସମ୍ଭାବନା ନାହିଁ । ଅର୍ଥାତ୍ ଉପସ୍ଥିତ ଜୀବନରୁ ମୁକ୍ତି ଲୋଡ଼ା । ମନସ୍ତତ୍ତ୍ୱର ପରିଭାଷାରେ, ଯେଉଁମାନେ ଆତ୍ମହତ୍ୟା କରନ୍ତି, ସେମାନେ ସମସ୍ତେ ଭୀରୁ ନୁହଁନ୍ତି, ପଳାୟନପନ୍ଥୀ ନୁହନ୍ତି । ସେମାନଙ୍କ ମଧ୍ୟରୁ କିଛି ଖୁବ୍ ସାହାସୀ ବି । ଆତ୍ମହତ୍ୟାର ଜୟଗାନ ହୁଏତ କରିହେବ ନାହିଁ, କିନ୍ତୁ କିଛି କ୍ଷେତ୍ରରେ ଏହା ଅଦ୍ଭୁତ ସାହସ, ନିଷ୍ଠା ଓ ପ୍ରତିବଦ୍ଧତାର ମଧ୍ୟ ସଂକେତ ।
ଆତ୍ମହତ୍ୟାର ପ୍ରମୁଖ କାରଣମାନଙ୍କ ମଧ୍ୟରେ ରହିଛି ଗଭୀର ମାନସିକ ଅବସାଦ, ମାନସିକ ସ୍ୱାସ୍ଥ୍ୟ, ଧାରାବାହିକ ଏବଂ ଯନ୍ତ୍ରଣାଦାୟକ ଶାରୀରିକ ଅସୁସ୍ଥତା । ଉତ୍କଟ ଦାରିଦ୍ର‌୍ୟ ଏବଂ ଏ ସମସ୍ତ ସହିତ ଆମ ଶରୀରର ଜୈବ-ରାସାୟନିକ ଅସୁନ୍ତଳନ । ବିଶେଷଜ୍ଞମାନଙ୍କ ବିଚାର ହେଉଛି- ମାନସିକ ଆଘାତ, ଅବସାଦ ଯାହା ତରୁଣ ଏବଂ ଯୁବପିଢ଼ି ପାଇଁ ଆତ୍ମହତ୍ୟାର ସମ୍ଭାବନା ସଂପ୍ରସାରିତ କରୁଛି, ବିଲ୍‌କୁଲ୍ ସହଜ କଥା ନୁହେଁ । ଏଥିପାଇଁ ଏକମାତ୍ର ଆଣ୍ଟିହେଜ୍ ପର୍ଯ୍ୟାପ୍ତ ନୁହେଁ । ଜଣଙ୍କ ମାନସିକ ସ୍ୱାସ୍ଥ୍ୟ କେବଳ ନିଜ ଉପରେ ନିର୍ଭର କରେ ନାହିଁ । ମନର ସନ୍ତୁଳନ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ପାରିପାଶ୍ୱିର୍କ ପୃଥିବୀ ।
ଉନସ୍ତତ୍ତ୍ୱବିତ୍ କହନ୍ତି, ଥରେ ଥରେ ଆମକୁ ଯାହା ସଫଳ ତଥା ପରିପୂର୍ଣ୍ଣ ବୋଲି ମନେହୁଏ, ତା’ ଉହାଡ଼ରେ ଢ଼େର କିଛି ଲୁଚି ରହିଥାଏ । ମୁଖା ଅଲଗା । ମୁହଁ ଅଲଗା । ମେରା ନାମ ଜୋକ୍‌ରର ଜୋକ୍‌ର ପରି । ଉପରକୁ ଭାରି ଖୁସି ଜଣାପଡୁଥିବା ଲୋକଟି ଆମ ପାଇଁ ଅର୍ଥାତ୍ ଥିବା ପରାଜୟକୁ ନେଇ ଭିତରେ ଘାଣ୍ଟି ହେଉଥାଏ । ଭାବୁଥାଏ, ତାକୁ ବାଦ୍ ଦେଇ ପୃଥିବୀରେ ସମସ୍ତେ ଭାରି ଖୁସିରେ ଯେମିତି ଅଛନ୍ତି । ନିଜ ଜିତାପଟର ଭବ୍ୟ ଉତ୍ସବ ମନାଉଛନ୍ତି । ଆଉ ସେ ଏକା ହାରିଯାଇଛି ।

LEAVE A REPLY

Please enter your comment!
Please enter your name here