ମାଟି ମା’ର ସୁରକ୍ଷା

0
152

ଆଚିଭର୍ସ ନ୍ୟୁଜ୍ ୨୯/୦୮ (ବ୍ୟୁରୋ)-  ମାଟିରେ ବିଷ । ୧୮୪୦ରେ ଜର୍ମାନ ରାସାୟନ ଶାସ୍ତ୍ରୀ ଜନଭନ ଲିବିଗ ଉଦ୍ଭାବନ କରନ୍ତି ରାସାୟନିକ ସାର । ସେ ଦୃଢ଼ତାର ସହିତ ଘୋଷଣା କରନ୍ତି ଉଦ୍ଭିଦର ସଠିକ୍ ବୃଦ୍ଧି ପାଇଁ ମୁଖ୍ୟ ଉପାଦାନ ଆବଶ୍ୟକ । ଯବକ୍ଷାରଜାନ, ପଟାସ ଓ ଫସଫରସ । ଜୈବିକ ଖତ ଓ ଖତିରା (ହୁୟମସ) ଦ୍ୱାରା ଅଧିକ ଉତ୍ପାଦନ ସମ୍ଭବ ନୁହେଁ । ୧୯୩୮ ବେଳକୁ ହରମୋନ ମୁଲ୍ଲାର ଉଦ୍ଭାବନ କରନ୍ତି ଡିଡିଟି । ଉତ୍କଟ ବିଷ । ରାସାୟନିକ ସାର ଓ କୀଟନାଶକ ବେପାର ପୃଥିବୀ ସାରା ମାଡ଼ିଗଲା । ୧୯୬୭ରେ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକା ଦେଶଗୁଡ଼ିକରେ ସବୁଜ ବିପ୍ଳବ ଆରମ୍ଭ ହେଲା । ଚାଷୀମାନେ ଦେଶୀ ବିହନକୁ ପଛରେ ପକାଇ ଅଧିକ ଅମଳକ୍ଷମ ଧାନ, ଗହମ ଚାଷ କଲେ । ରାସାୟନିକ ସାର ଓ କୀଟନାଶକ ଜମିରେ ଢ଼ାଳିଲେ । ମାଟିରେ ବିଷ ଚରିଗଲାଣି । ୨୦୧୯ ଶେଷସୁଦ୍ଧା ପୃଥିବୀରେ ରାସାୟନିକ ସାର ବେପାର ୩୧୨.୦୯୨ ନିୟୁତ ଟନ୍ ଥିଲା । ସେହିପରି କୀଟନାଶକ ବିଷ ପରିମାଣ ୨ ନିୟୁତ ଟନ୍ । ଏତେ (!) ବିଷ ମାଟିରେ ଢ଼ଳା ହେଉଛି । ଆମେ ଯେଉଁ ଖାଦ୍ୟ ଖାଉଛେ ସେଥିରେ ବିଷ ପରିମାଣ କେତେ ଖାଉଟି ବନ୍ଧୁ ଅନୁମାନ କରନ୍ତୁ । ବିଷ ଖାଉେଉ, କ୍ୟାନସର ଭୋଗୁଛେ । ମାଟିରେ ଥିବା ଅଣୁଜୀବମାନେ ମରିଗଲେଣି । ଜିଆ, କୃଷକର ବନ୍ଧୁ, କଙ୍କଡା, ମାଛ, ବେଙ୍ଗ ଓ ଗେଣ୍ଡା ଆଉ ଜମିରେ ଦେଖିବାକୁ ମିଳୁନାହାନ୍ତି । କ୍ଷେତରେ ଆଉ ପୂର୍ବପରି ଅଧିକ ଫଳୁନାହିଁ । ସରକାରଙ୍କର ମୋହ ଛାଡ଼ିଆସୁଛି । ଚାଷୀ ି ନିଶାଗ୍ରସ୍ତ । ସାର କୀଟନାଶକ ନିଶା ଛାଡ଼ିବାକୁ ସମୟ ଲାଗୁଛି । ଏବେ ଆମ ଭାରତ ସରକାର କହିଲେଣି ଆଉ ବିଷ ଚାଷ ନୁହେଁ । ଦେଶୀ ଚାଷ, ପାରମ୍ପରିକ କୃଷି ବିକାଶ । ଭାରତୀୟ ପାରମ୍ପରିକ କୃଷି ପଦ୍ଧତିରେ ଚାଷ କରିବାକୁ ହେବ । ଫ୍ରାନ୍ସର ନୋବେଲ ବିଜେତା ବୈଜ୍ଞାନିକ ଆଲେକମିସ୍ କ୍ୟାରେଲ ପୃଥିବୀବାସୀଙ୍କୁ ସତର୍କ କରି ‘ଇନ୍ ମ୍ୟାନ୍ ଦି ଅନ୍ନୋନ୍‌’ ପୁସ୍ତକରେ କୁହନ୍ତି, ‘ମଣିଷ ଜୀବନର ଆଧାର ମାଟି ।’ ମାଟିର ସନ୍ତୁଳନ ପୁନଃ ପ୍ରତତିଷ୍ଠା କରିପାରିଲେ ହିଁ ଆମେ ଏକ ସ୍ୱାସ୍ଥ୍ୟ ସମ୍ପନ୍ନ ପୃଥିବୀ ଆଶା କରିପାରିବା ।
ଭାରତରେ ୨୦୦୦ ବର୍ଷର ଅର୍ଥନୈତିକ ଇତିହାସ କୃଷିଭିତ୍ତିକ ଇତିହାସ ଥିଲା । କୁମ୍ଭୀର ନେଇ ଅଧ ନଈରେ କଲାଣି । ବିଚାର ସମସ୍ତଙ୍କର । ବିଷମୁକ୍ତ ଚାଷ କରି ମାଟିକୁ ବଞ୍ଚାଇବା । ଆମେ ବିଷମୁକ୍ତ ଖାଦ୍ୟ ଖାଇ ସୁସ୍ଥ ସବଳ ରହିବା ନା ଜୀବଜଗତ ଓ ଆମ ସଭ୍ୟତାର ମୃତ୍ୟୁକୁ ନିଶ୍ଚିତ କରିବା ।

LEAVE A REPLY

Please enter your comment!
Please enter your name here