ମାଗଣା ଦିଆଯିବ କରୋନା ଟୀକା l ଏମିତି:-

0
382

ଆଚିଭର୍ସ ନ୍ୟୁଜ୍‌, ୧୯/୦୭ (ବ୍ୟୁରୋ):-  କରୋନା ମହାମାରୀରେ ହନ୍ତ ସନ୍ତ ହେଉଛି ସମଗ୍ର ବିଶ୍ୱ। ଏହି ମହାମାରୀ ଆଜି ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିବାରେ ଲାଗିଛି। ଅନେକ ଦେଶ ଏହି ମାରାତ୍ମକ ରୋଗ ପାଇଁ ଟିକା ଖୋଜୁଛନ୍ତି। ଅନେକେ ଏହା ମଧ୍ୟ ଦାବି କରିଛନ୍ତି ଯେ ଏହି ମହାମାରୀ ପାଇଁ ଚିକିତ୍ସା ଖୋଜିନେଇଛନ୍ତି। ତେବେ ଏହାକୁ କେହି ଆନୁଷ୍ଠାନିକ ଭାବେ ଘୋଷଣା କରିନାହାଁନ୍ତି। ଭାରତରେ ମଧ୍ୟ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।

WHOର ସୂଚନା ମୁତାବକ ବର୍ତ୍ତମାନ ଏହି ଜୀବାଣୁ ବାୟୁ ମାଧ୍ୟମରେ ବ୍ୟାପୁଛି। ଭାରତରେ ଏହାର ପରୀକ୍ଷା ଏବଂ ଚିକିତ୍ସା ପାଇଁ ଡାକ୍ତରଖାନାରୁ ଆଦାୟ କରାଯାଉଥିବା ଶୁଳ୍କକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ପରିସ୍ଥିତିରେ ଅଷ୍ଟ୍ରେଲିଆ ଏକ ବଡ ଘୋଷଣା କରିଛି। ଏହି ଦେଶ ସରକାର ଘୋଷଣା କରିଛନ୍ତି ଯେ ଯେତେବେଳେ କରୋନା ଟିକା ତିଆରି ହେବ, ଏହି ଦେଶ ଏହାର ସମସ୍ତ ନାଗରିକଙ୍କୁ ମାଗଣାରେ ଇଞ୍ଜେକ୍ସନ ଦେବ।

LEAVE A REPLY

Please enter your comment!
Please enter your name here