ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେଲେ ଶିବରାଜ ସିଂ ଚୌହାନ

0
627
gtr
m,h

ଭୋପାଳ: ଚତୁର୍ଥ ଥର ପାଇଁ ଭୋପାଳ ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବରାଜ ସିଂ ଚୌହାନ । ସୋମବାର ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଭାବେ ଚୟନ କରାଯାଇଥିଲା । ଶିବରାଜ ମଧ୍ୟପ୍ରଦେଶର ବିକାଶ ପାଇଁ କରିବେ ବୋଲି କହିଛନ୍ତି । କିନ୍ତୁ, ବର୍ତ୍ତମାନ କୋଭିଡ୍-୧୯ ସଂକ୍ରମଣ ରୋକିବା ମୁଖ୍ୟ ଉଦ୍ଦେଶ୍ୟ । ବିଜେପି ସରକାର ଗଠନ କରିଥିବା ଦଳର କର୍ମୀଙ୍କୁ ଉତ୍ସବ ମନାଇବାକୁ ବାରଣ କରିଛନ୍ତି ଶିବରାଜ । ରାସ୍ତାକୁ ନଆସି ଘରେ ବସି ସରକାରଙ୍କ ପାଇଁ ପ୍ରାର୍ଥନା କରିବାକୁ ସେ କହିଛନ୍ତି । ପ୍ରଥମ ଥର ପାଇଁ ୨୦୦୫ ମସିହା ନଭେମ୍ବର ୨୯ରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ଶିବରାଜ । ୨୦୦୮ ଡିସେମ୍ବର ୧୨ରେ ଦ୍ୱିତୀୟ ଥର, ୨୦୧୩ ଡିସେମ୍ବର ୮ରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

LEAVE A REPLY

Please enter your comment!
Please enter your name here