ମଥୁରାରେ ପୁଲିସ ସହ ‘ଆର୍‌ଏସ୍‌ଏସ୍‌’ ଓ ‘ବିଜେପି’ କର୍ମୀଙ୍କ ସଂଘର୍ଷ

0
9

ମଥୁରା: ଜଣେ ପ୍ରଚାରକଙ୍କୁ ପୁଲିସ ଆକ୍ରମଣ କରିଛି ବୋଲି ‘ଆର୍‌ଏସ୍‌ଏସ୍‌’ର ଜଣେ ସଦସ୍ୟ ଅଭିଯୋଗ କରିବା ପରେ ବୃନ୍ଦାବନର କୁମ୍ଭ ଅଞ୍ଚଳରେ ‘ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ’ଙ୍କ ସମର୍ଥକ ଏବଂ ପୁଲିସ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଥିଲା। ଏହି ସଂଘର୍ଷରେ କେତେକ ପୁଲିସ କର୍ମଚାରୀ ସର୍ବସାଧାରଣରେ ମାଡ଼ ଖାଉଥିବା ଦୃଶ୍ୟ ଥିବା ଭିଡିଓ ସମ୍ପ୍ରତି ଭାଇରାଲ୍‌ ହୋଇଛି।‘ଆର୍‌ଏସ୍‌ଏସ୍‌ ଜିଲ୍ଲା ପ୍ରଚାରକ’ ମନୋଜ କୁମାରଙ୍କ ପ୍ରତି ପୁଲିସ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଯୋଗୁଁ ଏହି ସଂଘର୍ଷର ସୂତ୍ରପାତ ହୋଇଥିବା କୁହାଯାଉଛି। ବୃନ୍ଦାବନର କୁମ୍ଭ ମେଳା ଅଞ୍ଚଳ ଦେଇ ପ୍ରବାହିତ ଯମୁନା ନଦୀରେ ସ୍ନାନ କରୁଥିବା ବେଳେ ପୁଲିସ ମନୋଜଙ୍କ ସହ ଦୁର୍ବ୍ୟବହାର କରିଥିଲା। ତାଙ୍କର ଦୋଷ ହେଲା, ଯମୁନାରେ ସ୍ନାନ କରିବା ବେଳେ ସେ ରେଲିଙ୍ଗ୍‌ ଟପିଯାଇଥିଲେ। ଏଥିରେ ପୁଲିସ କର୍ମଚାରୀ ଆପତ୍ତି ଉଠାଇବା ସହ ନଦୀ ମଧ୍ୟକୁ ଯିବାକୁ ବାରଣ କରିଥିଲେ। ଏହାପରେ ‘ଆର୍‌ଏସ୍‌ଏସ୍‌’ କର୍ମୀମାନେ ପୁଲିସ ସହ ସଂଘର୍ଷ କରିବା ସହ ପୁଲିସ ତାଙ୍କୁ ପ୍ରଥମେ ପିଟିଥିଲେ ବୋଲି ଦୋଷ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here