ଭୁସ୍ଖଳନରେ ୫୦ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ

0
404

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୨/୦୭ (ବ୍ୟୁରୋ)- ମିଆଁମାରର ଉତ୍ତରାଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଏକ ଜେଡ୍‌ ଖଣିରେ ହୋଇଥିବା ଭୁସ୍ଖଳନରେ ୫୦ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନେକ ଶ୍ରମିକ ମାଟି ତଳେ ପୋତିହୋଇଥିବାର ମଧ୍ୟ ଆଶଙ୍କା କରାଯାଉଛି। ଏପର୍ଯ୍ୟନ୍ତ ସେହି ସ୍ଥାନରୁ ୫୦ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

ପ୍ରବଳ ବର୍ଷା କାରଣରୁ ଏହି ଭୁସ୍ଖଳନ ହୋଇଥିବା କୁହାଯାଉଛି, ଯାହା ପରେ ଶ୍ରମିକମାନେ ମାଟି ତଳେ ଫସିଯାଇଥିଲେ। ଏବେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଦୁର୍ଘଟଣା ଘଟିଛି କାଚିନ ରାଜ୍ୟର ହପାକାନ୍ତ ଅଞ୍ଚଳରେ।

ସେଠାରେ ଶ୍ରମିକମାନେ ଜେଡ୍ ପଥରକୁ ଏକାଠି କରିବାରେ ଲାଗିଥିଲା। ଏହି ସମୟରେ ପ୍ରବଳ ବର୍ଷା ହେବାରୁ ଭୁସ୍ଖଳନ ହୋଇଥିଲା ଏବଂ ଶ୍ରମିକ ମାଟି ତଳେ ଚାପି ହୋଇଯାଇଥିଲେ। ଅଗ୍ନିଶମ ବିଭାଗ ତା’ର ପେସବୁକ୍ ଆକାଉଣ୍ଟରେ ଏହାର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here