ଭୁବନେଶ୍ୱରରେ ପ୍ରବଳ ବର୍ଷା

0
615
BBM
BBM

ଭୁବନେଶ୍ୱର: ଆଜି ସକାଳୁ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ, ବୌଦ୍ଧ, କଟକ, ଜଗତସିଂହପୁର, କଳାହାଣ୍ଡି ଓ ରାୟଗଡ଼ାରେ ବର୍ଷା ହେବାରେ ଆଶଙ୍କା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉପକୂଳ ଓଡ଼ିଶାରେ ଘୂର୍ଣ୍ଣିବଳୟର ପ୍ରଭାବ ଅଧିକ ରହିବ ବୋଲି ମଧ୍ୟ ଅନୁମାନ କରାଯାଉଛି । ଏହାପରେ ୮ତାରିଖରୁ ପାଗରେ ପରିବର୍ତ୍ତନ ହେବା ସହ ତାତି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏଥିସହ ଆଜି ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ପ୍ରବଳ ବର୍ଷା ସାଙ୍ଗକୁ ଭୟଙ୍କର ପବନ । ଆଉ ପବନ ପରେ ଦୁଲୁକିଲା ବର୍ଷା । ଆପରାହ୍ନରେ ରାଜଧାନୀ ଆକାଶରେ କଳା ବାଦଲ ସାଙ୍ଗକୁ ଭୟଙ୍କର ପବନ । ଆଉ ଏହାର ମାତ୍ର କିଛି ସମୟ ମଧ୍ୟରେ ବହିଲା ପବନ, ଆଉ  ତା’ପରେ ବର୍ଷା ।

LEAVE A REPLY

Please enter your comment!
Please enter your name here