ଭାଲେଣ୍ଟାଇନ୍ ଡେକୁ ବଜରଙ୍ଗ ଦଳର ବିରୋଧ, ପାର୍କରେ ବସିଥିବା ପ୍ରେମୀଯୁଗଳଙ୍କୁ କରାଇଲେ ଜବରଦସ୍ତି ବାହାଘର

0
378
bajarangi
bajarangi

ଆଚିଭରର୍ସ ନ୍ୟୁଜ୍‌: ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଭାଲେଣ୍ଟାଇନ୍ ଡେକୁ ବଜରଙ୍ଗ ଦଳର ବିରୋଧ । ପାର୍କରେ ବସିଥିବା ପ୍ରେମୀଯୁଗଳଙ୍କୁ ଜୋର ଜବରଦସ୍ତି ବିବାହା କରାଇଦେବା ସହ ଦେଲେ ଧମକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଞ୍ଚିର ଏକ ପାର୍କରେ ଯାହାକି ପ୍ରେମୀଯୁଗଳଙ୍କ ପ୍ରେମ ଦିବସକୁ କରିଦେଇଥିଲା ଫିକା । ସୂଚନା ଅନୁଯାୟୀ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନେ ପାର୍କରେ ଶ୍ରୀ ରାମ ନାରା ନେଇ ପ୍ରବେଶ କରିବା ସହ କିଛି ପ୍ରେମୀଯୁଗଳଙ୍କ ସହ ପାଟିତୁଣ୍ଡ କରିଥିଲେ ଏବଂ ଗୋଟିଏ ପ୍ରେମୀଯୁଗଳଙ୍କୁ ମଧ୍ୟ ବିବାହ କରାଇ ଦେଇଥିଲେ । ବିବାହ କରାଇବା ପରେ ଦୁଇ ଜଣଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେବା ସହ ତାଙ୍କ ଘରକୁ ଫୋନ୍ କରିଥିଲେ ଏବଂ ଦୁଇ ଜଣଙ୍କୁ ସାଥିରେ ଆଉକେବେ ପାର୍କ ନଆସିବାକୁ ଧମକ ମଧ୍ୟ ଦେଇଥିଲେ । ଏବଂ ଏହି ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିଥିଲା ।

LEAVE A REPLY

Please enter your comment!
Please enter your name here