ଭାରତୀୟ ସେନା ଚୀନ ସୈନିକକୁ ଗିରଫ କଲା

0
80

ନୂଆଦିଲ୍ଲୀ : ଲଦାଖରେ ଭାରତ ଓ ଚୀନ ସେନା ଗତ ପ୍ରାୟ ୬ ମାସ ହେଲା ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ଆଜି ଭାରତୀୟ ସେନା ଜଣେ ଚୀନ ସୈନିକକୁ ଗିରଫ କରିଛି । ଉକ୍ତ ସୈନିକ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ୬ଷ୍ଠ ମୋଟରାଇଜଡ୍ ଇନଫାଣ୍ଟି୍ର ଡିଭିଜନର ସଦସ୍ୟ ବୋଲି ଜଣାପଡିଛି ।

ଭାରତୀୟ ସେନା ସୁତ୍ରରୁ ଜଣାପଡିଛି ଯେ ଉକ୍ତ ଚୀନ ସୈନିକକୁ ଲଦାଖର ଡେମଚୋକ ଅଂଚଳରୁ ଗିରଫ କରାଯାଇଛି । ତଲାସୀ ବେଳେ ତା ନିକଟରୁ ସେନା ଓ ବ୍ୟକ୍ତିଗତ କାଗଜପତ୍ର ମିଳିଥିବା ଜଣାପଡିଛି । ତେବେ ତା ନିକଟରୁ କୌଣସି ମାରଣାସ୍ତ୍ର ମିଳିନାହିଁ । ସେ ନିଜର ୟାକ୍ (ଚମରୀ ଗାଈ) ସନ୍ଧାନରେ ଏପଟକୁ ଆସିଥିବା କହୁଛି । ଅନ୍ୟପକ୍ଷରେ ସେ ଚୀନର ଜଣେ ଗୁଇନ୍ଦା କି ନା, ସେ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ସେ ଅଜାଣତରେ ସୀମା ଏପଟକୁ ପଳାଇଆସିଥିଲା ।

LEAVE A REPLY

Please enter your comment!
Please enter your name here