ଭାରତୀୟ ପାଣିପାଗ ସଂସ୍ଥାନ ‘ନିଭାର’ ଅଧିକ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ

0
59

ନୂଆଦିଲ୍ଲୀ: ଆଗାମୀ ତିନି ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟା ‘ନିଭାର’ ଅଧିକ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ଗୁରୁବାର ସକାଳେ ଭାରତୀୟ ପାଣିପାଗ ସଂସ୍ଥାନ ଘୋଷଣା କରିଛି।

ଗୁରୁବାର ପ୍ରାରମ୍ଭରେ ପୁଦ୍ଦୁଚେରୀ ନିକଟରେ ସାମୁଦ୍ରିକ ବାତ୍ୟା ‘ନିଭାର’ ସ୍ଥଳଭାଗରେ ପ୍ରବେଶ କରିଛି। ସ୍ଥଳଭାଗରେ ପ୍ରବେଶ କରିବା ପରେ ଉଭୟ ପୁଦ୍ଦୁଚେରୀ ଏବଂ ତାମିଲନାଡୁରେ ଅସରାକୁ ଅସରା ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। କେନ୍ଦ୍ରଶାସିତ ଅଞ୍ଚଳ ପୁଦ୍ଦୁଚେରୀ ଉପର ଦେଇ ପ୍ରବାହିତ ହୋଇଯିବା ପରେ ‘ନିଭାର’ ଅତି ଉଗ୍ର ସାମୁଦ୍ରିକ ବାତ୍ୟାରୁ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଥିବା କଥା ଭାରତୀୟ ପାଣିପାଗ ସଂସ୍ଥାନ କହିଛି।

LEAVE A REPLY

Please enter your comment!
Please enter your name here