ଭଗବାନ ଶିବ ଏହି କାରଣରୁ ବିଷକୁ କଣ୍ଠରେ ଧାରଣ କରିଥିଲେ

0
106

ଆଚିଭର୍ସ ନ୍ୟୁଜ୍ ୧୭/୦୮ (ବ୍ୟୁରୋ)- ଭଗବାନ ଶିବଙ୍କର ମହିମା ଅପାର। ସେ ଅନେକ ପ୍ରକାରର ମଙ୍ଗଳ କରିଥାନ୍ତି। ସେଥିଭିତରୁ ଗୋଟିଏ କଥା ହେଲା ଯେ ଭଗବାନ ଶିବ ବିଷକୁ କଣ୍ଠରେ ଧାରଣ କରିଥିଲେ। ଏବେ ଆସନ୍ତୁ ଜାଣିବା ସେ ଏପରି କାହିଁକି କରିଥିଲେ। ବ୍ରହ୍ମାଣ୍ଡର ଅସ୍ତିତ୍ୱଯେତେବେଳେ ସଙ୍କଟାପନ୍ନ ହେଲା, ସେତେବେଳେ ଭୋଳାନାଥ ଶିବ ସମସ୍ତଙ୍କ କଲ୍ୟାଣ ଓ ରକ୍ଷା ନିମିତ୍ତ ନିଜେ ବିଷକୁ କଣ୍ଠରେ ଧାରଣ କରିଥିଲେ।
ଶିବ ହେଉଛନ୍ତି ମଙ୍ଗଳମୟ। ସେ ସଂସାରର ତ୍ରାଣକର୍ତ୍ତା। କଥାରେ ଅଛି କୋପେ ବର କି ତପେ ବର।ଭଗବାନ ଶିବ ଖୁବ୍‌ କରୁଣାମୟ। ସେ ସହଜରେ ଭକ୍ତମାନଙ୍କର ମନୋବାଞ୍ଛିତ ଫଳ ପ୍ରଦାନ କରିଥା’ନ୍ତି।
ଅଭିବ୍ୟକ୍ତି ପାଇଁ ସ୍ୱରକାରକ ଭଗବାନ ମହାଦେବ ହେଉଛନ୍ତି ପରମ ଶାନ୍ତି ପ୍ରଦାୟକ ଓ ସୁଦ୍ଧାର କର୍ତ୍ତା। ସ୍ୱୟଂ ଜଟାଜୁଟ ଓ ସର୍ପକୁ ଅଭୂଷଣ ଭାବେ ଧାରଣ କରିଥିବା ଭଗବାନ ଶଙ୍କର ସମସ୍ତ ପ୍ରକାର ଐଶ୍ୱର୍ଯ୍ୟର ଅଧିଷ୍ଠାତା ଦେବତା। ସେ ସମସ୍ତ ଦିଗର ସ୍ୱାମୀ,ଜଳ,ସ୍ଥଳ,ଆକାଶ ଓ ଏପରିକି ପାତାଳର ମଧ୍ୟ ସ୍ୱାମୀ ହେଉଛନ୍ତି ଶିବ। ସଂକ୍ଷେପରେ କହିବାକୁ ଗଲେ, ଯିଏ ଶିବ ନୁହେଁ, ସେ ଶବ ଅଟେ।
ଜଗତର ଆଧାର,ସମସ୍ତ ରୋଗ ଓ ଶୋକରୁ ଭୟମୁକ୍ତ କରୁଥିବା ଚନ୍ଦ୍ରକାନ୍ତି ଯୁକ୍ତ ପଦ୍ମାସନରେ ଉପବିଷ୍ଟ ଭଗବାନ ଶିବଙ୍କ ଧ୍ୟାନ ଓ ତାଙ୍କ ପାଇଁ ଉଦ୍ଦିଷ୍ଟ ମନ୍ତ୍ରର ପ୍ରତିଦିନ ଉଚ୍ଚାରଣ ମାତ୍ରେ ହିଁ ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି।। ମହାମୃତ୍ୟୁଞ୍ଜୟ ମନ୍ତ୍ର ଭଗବାନ ଶିବଙ୍କ ଆରାଧନା ଲାଗି ସବୁଠାରୁ ଉତ୍ତମ ମନ୍ତ୍ର ବୋଲି ବି କୁହାଯାଏ।

LEAVE A REPLY

Please enter your comment!
Please enter your name here