ଭକ୍ତ ଓ ଭଗବାନଙ୍କ ବିଚ୍ଛେଦ

0
478

ଆଚିଭର୍ସ ନ୍ୟୁଜ୍‌, ୧୯/୦୬ (ବ୍ୟୁରୋ)- ତାଲାବନ୍ଦୀରେ ଈଶ୍ୱର । ଯିଏ ଯେମିତି ଭଗବାନଙ୍କୁ ଡାକିବା କଥା ଘର ଭିତରେ ପ୍ରାର୍ଥନା କରୁଛନ୍ତି । କେହି ଘରୁ ବାହାରୁ ନାହାନ୍ତି କି ପୂଜା ନିରବରେ ଶୋଇଛନ୍ତି ଭଗବାନ । ଲୋକାରଣ୍ୟରେ ଫାଟି ପଡୁଥିବା ବେଢ଼ା ବି ଶୂନଶାନ୍ । ପାପ ଓ ପୁଣ୍ୟର କାତକ ଧରି ବସିଥିବା ଈଶ୍ୱର ଏକପ୍ରକାର ଏବେ ଛୁଟିରେ । ତାଲାବନ୍ଦୀ ଭିତରେ ଯାହା କିଛି ପାପ କି ପୁଣ୍ୟ ମଣିଷ କରୁଛି, ସବୁ ଯେମିତି ନିଜ ଆୟତ୍ତରେ । ଏଥିପାଇଁ ତାକୁ ଲୋକଦେଖାଣିଆ ଦାନ ଧର୍ମ କି ପ୍ରାର୍ଥନା କରିବାକୁ ଦେବାଳୟ ଯିବାକୁ ପଡୁନାହିଁ । ବିଶ୍ୱାସରେ ଏତେଦିନ ବଢ଼େଇ ଆଣିଥିବା ଈଶ୍ୱରଙ୍କୁ ଆଉ ଲାଞ୍ଚ ଯାଚିବାକୁ ପଡୁନାହିଁ । କି ମାନସିକରେ ପୂରଣ କରିବାକୁ ପଡୁନାହିଁ ମନୋବାଞ୍ଝା । ଏକପ୍ରକାର ଈଶ୍ୱର ମଣିଷଙ୍କୁ ହେଉ ଅବ ମଣିଷ ଈଶ୍ୱରଙ୍କୁ ହେଉ ସମସ୍ତେ ସମସ୍ତଙ୍କ ପାଇଁ ଯୋଦ୍ଧା ପାଲଟି ଯାଇଛନ୍ତି । କେମିତି ମୃତ୍ୟୁ ନିକଟରୁ ନିଜକୁ ବଞ୍ଚାଇ ହେବ ସେହି ଚିନ୍ତାରେ ତ୍ରାହି ତ୍ରାହି ଡାକ ଛାଡୁଛନ୍ତି । ଏବେ ତାଲାବନ୍ଦୀରେ ବୈଜ୍ଞାନିକଠାରୁ ପୁଣି ଝାଡୁଦାର ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣେ ଜଣେ ଯୋଦ୍ଧା ବୋଲି ମଣିଷ ପ୍ରୋତ୍ସାହନର ନାରା ସୃଷ୍ଟି କରିଛି । ଆଉ ରକ୍ତପାତ କି ଧର୍ମଯୁଦ୍ଧର କଥା ପଡ଼ିନାହିଁ କି ଧର୍ମକୁ ନେଇ କାହା ଭିତରେ ଆଉ ସେ ପ୍ରକାର ଅହଂକାର ନାହିଁ । ମଣିଷ ବାସ୍ତବତା ଭିତରକୁ ଫେରି ମାନବିକତାର ମନ୍ତ୍ରକୁ ଯେମିତି ଏ ସମୟରେ ମୁଖସ୍ଥ କରିଚାଲିଛି ।
କିଛି ନହେଲେ ବି କରୋନା ଏହି ଶତାବ୍ଦୀର ବଡ଼ ମହାମାରୀ ରୂପରେ ଏତିକି ଶିଖାଇ ପାରିଛି, ମଣିଷର ଗୁରୁ ଆଉ କେହି ନୁହଁନ୍ତି, ନିଜେ ହିଁ ନିଜ ଗୁରୁ । ନିଜକୁ ଥରେ ଶୃଙ୍ଖଳାର ବାଟ ଚଳାଉଥିବା ସରକାର କି ଧର୍ମର ବାଣୀ ବିକୁଥିବା ଧର୍ମଯାଜକମାନେ ବି ଜଣେ ସତ୍ ଚରିତ୍ରର ମଣିଷଠାରୁ ବଳିଯିବେ ନାହିଁ । ବଞ୍ଚିବାର ସଫଳ ଦିଗଦର୍ଶନ ଦେଉଥିବା ବ୍ୟକ୍ତିବିଶେଷ କି ଧର୍ମାନୁଷ୍ଠାନ କେବଳ ନୁହଁନ୍ତି, ଭଗବାନ ବି ସବୁଦିନ ପାଇଁ ଛୁଟିରେ ରହିଯିବେ ।

LEAVE A REPLY

Please enter your comment!
Please enter your name here