ଏହି ରୋଗ ବଢ଼ାଉଛି କରୋନା ଲାଗି ଅଧିକ ଚିନ୍ତା

0
408

ଲକ୍ଷ୍ନୌ‌‌, ଆଚିଭର୍ସ ନ୍ୟୁଜ୍‌, ୩/୦୭ (ବ୍ୟୁରୋ)- ସମଗ୍ର ଦେଶରେ କରୋନା ଭାଇରସ ହୁ ହୁ ହୋଇ ବଢ଼ିଚାଲିଛି। ତେବେ ଭାଇରସକୁ ରୋକିବା ପାଇଁ ସମସ୍ତ ସତର୍କତା ଅବଲମ୍ୱନ କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ସେହିପରି ଲକ୍ଷ୍ନୌରେ କରୋନା ଭାଇରସ ଲୋକଙ୍କ ଚିନ୍ତା ବଢ଼ାଉଥିବାବେଳେ ଏବେ ଡେଙ୍ଗୁ ରୋଗ ମଧ୍ୟ ଚିନ୍ତା ବଢ଼ାଇବା ଆରମ୍ଭ କଲାଣି। ଏସବୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଏକ ନିଷ୍ପତ୍ତି ନେଇଛନ୍ତି। ଯଦି କୌଣସି ଜାଗାରୁ ଡେଙ୍ଗୁ ରୋଗୀ ଚିହ୍ନଟ ହେବେ, ତେବେ ସେହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରି ସେଠାରେ ଆଣ୍ଟି ଲାର୍ଭା ସ୍ପ୍ରେ କରାଯିବ।

ଗତ ବର୍ଷ ରାଜଧାନୀରେ ଅନେକ ଅଞ୍ଚଳରେ ଡେଙ୍ଗୁ ହଇଚଇ ସୃଷ୍ଟି କରିଥିଲା। ସ୍ୱାସ୍ଥ୍ୟ ବିଭାଗର ଆକଳନ ଅନୁଯାୟୀ ୨୪୦୦ ଲୋକ ଏହା ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ରାଜ୍ୟରେ ମୌସୁମୀ ଶୀଘ୍ର ଆସିବା ହେତୁ ବର୍ଷା ହେଉଛି। ଯାହାଫଳରେ ମଶାମାନେ ବୃଦ୍ଧି ପାଉଛନ୍ତି। ଡେଙ୍ଗୁର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here