ବଡ଼ ଧରଣର ବିସ୍ଫୋରଣ: ୭ ମୃତ, ୭୦ ଆହତ:ପାକିସ୍ତାନ

0
37

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନର ପେଶୱାରଠାରେ ମଙ୍ଗଳବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଯାଇଛି। ଏହି ବିସ୍ଫୋରଣରେ ଏବେ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଊର୍ଧ୍ବ ଲୋକ ଆହତ ହୋଇଛନ୍ତି। ପେଶୱାରର ଦିର୍‌ କଲୋନିରେ ଏହି ବିସ୍ଫୋରଣ ଘଟିଥିବା ଜାଣିବାକୁୁ ମିଳିଛି।

ଏକ ଧାର୍ମିକ ବିଦ୍ୟାଳୟରେ କ୍ଲାସ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟି ଅନେକ ଶିଶୁଙ୍କୁ ପ୍ରଭାବିିତ କରିଛି। ବିି‌ସ୍ଫୋରଣରେ ବହୁ ଶିକ୍ଷାଦାତା ମଧ୍ୟ ପ୍ରଭାବିତ ହୋଇଥିବା ସୂଚନା ରହିଛି।ବିସ୍ଫୋରଣରେ ଗୁରୁତର ହୋଇଥିବା ଆହତମାନଙ୍କୁ ଚିକିତ୍ସା ପାଇଁ ଲେଡି ରିଡିଂ ହସ୍ପିଟାଲ ଏବଂ ଅନ୍ୟ ଏକ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଚିକିତ୍ସିତ ହେଉଥିବା ଅନେକଙ୍କ ଅବସ୍ଥା ସାଂଘାତିକ ଥିବା ଜଣାପଡ଼ିଛି। ଅନେକ ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କାରଣରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଡାକ୍ତରମାନେ ଆଶଙ୍କା କରୁଛନ୍ତି।

LEAVE A REPLY

Please enter your comment!
Please enter your name here