ବ୍ରହ୍ମପୁରରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ମୃତ୍ୟୁ ଘଟଣା,ତଦନ୍ତ ଆରମ୍ଭ କଲା ପୋଲିସ୍‌

0
734
ABC
ABC

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେଲପତୁର ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୧୦ଜଣଙ୍କର ମୃତ୍ୟୁ ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଏନେଇ ଗୋଳନ୍ଥରା ପୋଲିସ୍ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।ସାଉଥକୋ କୁ ଘଟଣା ତଦନ୍ତରେ ସହାୟତା କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ଗତକାଲି ଏହି ଦୁଃଖଦ ଘଟଣା ଘଟିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରତ୍ୟେକଙ୍କ ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହା ସହ ଆହତ ମାନଙ୍କୁ ମାଗଣା ଚିକିତ୍ସା ବୋଲି ମଧ୍ୟ ସୂଚନା ଦେଇଛନ୍ତି । ଅନ୍ୟପଟେ ଏମିତି ଘଟଣା କେମିତି ହେଲେ ତାର ତଦନ୍ତ ନିର୍ଦ୍ଦେଶ ସହ ଯେଉଁମାନେ ଏହି ଘଟଣା ପାଇଁ ଦାୟୀ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here