ବୁରେଭି ଆଜି ଗଭୀର ଅବପାତ ରୂପେ ତାମିଲନାଡୁ ଅତିକ୍ରମ କରିବ

0
70

କୋଚି: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବୁରେଭି’ ଗଭୀର ଅବପାତରେ ପରିଣତ ହୋଇଛି ଏବଂ ଆଜି ସକାଳେ ଏହା ତାମିଲନାଡୁ ଉପକୂଳ ଅତିକ୍ରମ କରି ଅପରାହ୍ଣ ସୁଦ୍ଧା କେରଳରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନରୁ ଜଣାପଡ଼ିଛି। ଏଥିଯୋଗୁଁ ଦକ୍ଷିଣ ତାମିଲନାଡୁ ଓ ଦକ୍ଷିଣ କେରଳର କେତେକ ଅଞ୍ଚଳରେ ପ୍ରବଳ ବୃଷ୍ଟିପାତ ହେବ।

ଏଥିଯୋଗୁଁ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ପବନ ଝୁଙ୍କ ସହ ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ବତାସ ପ୍ରବାହିତ ହେବ। ଘୂର୍ଣ୍ଣିବାତ୍ୟା ସଂକ୍ରାନ୍ତ ସତର୍କ ସୂଚନା ସମ୍ବନ୍ଧରେ ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ତାମିଲନାଡୁ ଓ ଦକ୍ଷିଣ କେରଳରେ ରେଡ୍‌ ଆଲର୍ଟ ଜାରି କରିଛି।

LEAVE A REPLY

Please enter your comment!
Please enter your name here