ବିଶ୍ୱର ସବୁଠାରୁ ଥଣ୍ଡା ସ୍କୁଲ । ଶୀତରେ ପିଲା ଯାଉଛନ୍ତି ସ୍କୁଲ ।

0
113

ଆଚିଭର୍ସ ନ୍ୟୁଜ୍ ବ୍ୟୁରୋ (୧୩/୧୨):- ସମସ୍ତେ ଥଣ୍ଡାକୁ ପସନ୍ଦ କରନ୍ତି । ଆଉ ବରଫ ପଡୁଥିବା ସ୍ଥାନକୁ ଯିବାକୁ ଭଲପାଆନ୍ତି । ହେଲେ ଏଠାରେ ବସବାସ କରୁଥିବା ଲୋକଙ୍କ ପାଇଁ ଏହା କେତେ କଷ୍ଟଦାୟକ ତାହା କେବେ ବି ଆମ ମନରେ ଆସି ନଥାଏ । ଆଉ ଏଠାରେ ଲୋକମାନେ ଥଣ୍ଡା ସହ ବଞ୍ଚିବାକୁ ସଂଘର୍ଷ କରିଥାନ୍ତି ।

ସାଇବେରିଆ, ବିଶ୍ୱର ସବୁଠାରୁ ଥଣ୍ଡା ଜାଗା ଭାବରେ ପରିଚିତ । ଏଠାରେ ତାପମାତ୍ରା -୫୦ ଡିଗ୍ରୀ ସେଲିସୟସ ପାଖାପାଖି ରହିଥାଏ । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ହାଡଭଙ୍ଗା ଶୀତରେ ବି ପିଲାମାନେ ଏଠାରେ ସ୍କୁଲ ଯାଆନ୍ତି । ଆଉ ଶୀତରେ ପାଠ ପଢନ୍ତି । ଶୀତ ବସ୍ତ୍ର ପିନ୍ଧି ଛୋଟ ଛୋଟ ପିଲାମାନେ ଏହି ଶୀତରେ ସ୍କୁଲ ଯିବାର ଦେଖାଯାଇଥାଏ । । ଏହି ସ୍କୁଲରେ ୧୧ ବର୍ଷରୁ କମ ପିଲାଙ୍କୁ ସେତେବେଳେ ସ୍କୁଲ ମନା କରାଯାଇଥାଏ, ଯେତେବେଳେ ଏଠାରେ ତାପମାତ୍ରା -୫୨ ଡିଗ୍ରୀରେ ପହଞ୍ଚିଥାଏ ।

ସାଇବେରିଆର ଓମାୟାକୋନ ସହରରେ ଏହି ସ୍କୁଲ ଅବସ୍ଥିତ । ଏଠାରେ ବ୍ୟାଙ୍କ ଓ ପୋଷ୍ଟ ଅଫିସର ସୁବିଧା ମଧ୍ୟ ରହିଛି । ଏହି ସ୍କୁଲକୁ ୧୯୩୨ ମସିହାରେ ଷ୍ଟାଲିନର ରାଜା ନିର୍ମାଣ କରିଥିଲେ । ଏହି ସ୍କୁଲକୁ ଖରା ତୁମୁଲ ଓ ବେରେଗ ୟୁର୍ଡେ ଗାଁର ପିଲାମାନେ ପାଠ ପଢିବାକୁ ଆସନ୍ତି ।

LEAVE A REPLY

Please enter your comment!
Please enter your name here