ବିଜେଡି ଯୁବ ଟିମ୍ ତାଲିକା ପ୍ରକାଶ

0
80

ଭୁବନେଶ୍ୱର , ଆଚିଭର୍ସ ନ୍ୟୁଜ୍ ୨୪/୦୯ (ବ୍ୟୁରୋ)-   ବିଜୁ ଯୁବ ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କୁ ଆଜି ନିଯୁକ୍ତି ମିଳିଛି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତ ପରେ ଏ ସଂକ୍ରାନ୍ତରେ ଯୁବ ବ୍ୟାପାର ଦାୟିତ୍ବରେ ସାଧାରଣ ସଂପାଦକ ତଥା ବିଧାୟକ ପ୍ରଣବ ବଳବନ୍ତରାୟ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି। ବୈକୁଣ୍ଠ ନାୟକଙ୍କୁ କାର୍ଯ୍ୟକାରୀ ସଭାପତି ଓ ଏଲିନା ଦାସଙ୍କୁ ସେକ୍ରେଟାରି ଜେନେରାଲ ବା ମହାସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବରିଷ୍ଠ ଉପସଭାପତି ଭାବେ ରାଣା ପ୍ରତାପ ପାତ୍ର, ଧ୍ରୁତିରଂଜନ ମାର୍ଥା, ଜ୍ୟୋସ୍ନାମୟୀ ପରିଡା କାର୍ଯ୍ୟ କରିବେ। ଜୋନ୍ ସଭାପତି ଭାବେ ଭୁବନେଶ୍ବର ପାଇଁ ବିଜୟ କେତନ ସାହୁ, କଟକ ପାଇଁ ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମ ନଚିକେତା ସ୍ବାଇଁ, ବଲାଙ୍ଗୀର ମନୀନ୍ଦ୍ର ମହାନ୍ତି, ସମ୍ବଲପୁରରେ ଦେବାଶିଷ ପରିଡା, କୋରାପୁଟ ପାଇଁ ତାପସ ତ୍ରିପାଠୀଙ୍କୁ ଦାୟିତ୍ବ ଦିଆଯାଇଛି।

ସେହିଭଳି ଯୁବ ଉପସଭାପତି ଭାବେ ଛବି ମହାଲି, ସୋଫିଆ ଆଲମ୍, ମାନଭଂଜନ ବେହେରା, ସୁନୀଲ କୁମାର ମହାନ୍ତି, ସୌମ୍ୟ ଶଙ୍କର ଚକ୍ର, ମଣ୍ଟୁ ନାଏକ, ସୁଜିତ ପ୍ରସାଦ ଦ୍ବିବେଦୀ, ଶୁଭାଶିଷ ଖୁଣ୍ଟିଆ, ସୁନୀଲ ପଣ୍ଡା, ଭବାନୀ ଶଙ୍କର ଦାସ ମୋଟ ୧୦ଜଣ ନିଯୁକ୍ତି ପାଇଛନ୍ତି। ସାଧାରଣ ସଂପାଦକ ଭାବେ ଏନ୍ ଧନଞ୍ଜୟ ରାଓ, ବିଷ୍ଣୁ ପ୍ରସାଦ ଡେଙ୍ଗ, କନିଷ୍କ ଜେନା, ହରିଲାଲ ବେହେରା, ମଳୟ ରଂଜନ ପତି, ବିଭୁତି ପୁହାଣ, ତାରେଣୀ ପ୍ରସାଦ ନାୟକ, ମଧୁସ୍ମିତା ପରିଡା, ମଧୁସ୍ମିତା ନାୟକ, ମାନସୀ ମିଶ୍ର, କୋମଲ ସାମନ୍ତରାୟ, ମନବେଶ ରାୟ, ଅବିନାଶ କୁମାର ପ୍ରଧାନ, ଆଶିଷ ରଂଜନ ମିଶ୍ର, ମନୋଜ ମହାନ୍ତି, ଶିବବ୍ରତ ଚମ୍ପତିରାୟ, ଅଭ୍ୟକ୍ତ ହରିହର ଖାଡେଙ୍ଗା, ପାର୍ଥସାରଥୀ ମୁଦୁଲି, ଗଣେଶ ମହାପାତ୍ର, ଜଗଜ୍ୟୋତି ପଟ୍ଟନାୟକ, ଅମିତ ମହାରଣା, ରମେଶ ନାରାୟଣ ପ୍ରହରାଜ, ସତିଶ ବିଶି, ଶୁଭ୍ରଜିତ ପାଢୀ, ଅଞ୍ଜନ ବେଜ୍, ବାଣୀକଲ୍ୟାଣ ମହାନ୍ତି, କଳ୍ପତରୁ ଓଝା ଓ ବିଶାଳ ରାୟ ଏହିଭଳି ୨୮ଜଣଙ୍କୁ ସାମିଲ କରାଯାଇଛି।

LEAVE A REPLY

Please enter your comment!
Please enter your name here