ପ୍ରବାସୀ ଶ୍ରମିକଙ୍କ କ୍ଷତରେ ଲୁଣ ଭରିଛ: ଅମିତ ଶାହ

0
418

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୧୦/୦୬ (ବ୍ୟୁରୋ)- ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବା ଲାଗି ଶ୍ରମିକ ସ୍ୱତନ୍ତ୍ର ଏକ୍ସପ୍ରେସ ଆରମ୍ଭ କରାଯାଇଥିଲା । ଏହାକୁ ‘କରୋନା ଏକ୍ସପ୍ରେସ’ ଆଖ୍ୟା ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରବାସୀ ଶ୍ରମିକଙ୍କ କ୍ଷତରେ ଲୁଣ ଭରିଛନ୍ତି । ତାଙ୍କର ଏହି କରୋନା ଏକ୍ସପ୍ରେସ ଟିପ୍ପଣୀ ତୃଣମୂଳ କଂଗ୍ରସ ପାଇଁ ‘ଏକ୍‌ଜିଟ ଏକ୍ସପ୍ରେସ’ (ଗାଦିଚ୍ୟୁତ) ସାଜିବ । ଏକ ଭର୍ଚୁଆଲ (ଭିଡ଼ିଓ କନ୍‌ଫରେନ୍ସ) ରାଲିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି । ପଶ୍ଚିମବଙ୍ଗ ଜନ ସଂବାଦ ରାଲିକୁ ଉଦ୍‌ବୋଧନ ଦେଇ ଶାହ କହିଛନ୍ତି, ମମତାଙ୍କ ଟିପ୍ପଣୀକୁ ପ୍ରବାସୀ ଶ୍ରମିକମାନେ ଆଦୌ ଭୁଲିବେ ନାହିଁ । ସେମାନେ ତାହାର ଜବାବ ଦେବେ । ଶାହ ଆହୁରି କହିଛନ୍ତି, ପଶ୍ଚିମବଙ୍ଗ ହେଉଛି ଭାରତର ଏକମାତ୍ର ରାଜ୍ୟ ଯେଉଁଠି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ରାଜନୈତିକ ହିଂସା ଉତ୍ପନ୍ନ କରାଯାଉଛି ।

LEAVE A REPLY

Please enter your comment!
Please enter your name here