ପ୍ରବାସୀ ଭାରତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ

0
51

ଆଚିଭର୍ସ ନ୍ୟୁଜ୍ ବ୍ୟୁରୋ : 16 ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବୋଧିତ କରି ମୋଦି କହିଛନ୍ତି ନୂଆପୀଢି ମୂଳଠାରୁ ଦୂରେଇ ଯାଇଛନ୍ତି ସତ କିନ୍ତୁ ଭାରତ ପ୍ରତି ତାଙ୍କର ଯୋଗଦାନ ବଢିଛି । କରୋନା କାଳରେ ପ୍ରବାସୀଙ୍କ ସହଯୋଗିତା ପ୍ରଶଂସନୀୟ ବୋଲି ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏଥର କରୋନା ଅବଧିରେ ଭାରତର ଲୋକମାନେ ବହୁତ ଭଲ କାମ କରିଛନ୍ତି ଏବଂ ଏହି ଲୋକମାନେ ଆଖପାଖ ଲୋକଙ୍କ ପ୍ରତି ସହାୟକ ହୋଇଛନ୍ତି। ଏହି ସମୟ ମଧ୍ୟରେ ଭାରତର ଲୋକମାନେ ସେବା ଭାବନାକୁ ଉପସ୍ଥାପନ କରିଛନ୍ତି।

ତେବେ ଏଠି କହିରଖୁଛୁ ଯେ ଏହିଥର ପ୍ରବାସୀ ଭାରତୀୟ ଦିବସର ବିଷୟବସ୍ତୁ ହେଉଛି ‘ଆତ୍ମନିର୍ଭରଶୀଳ ଭାରତ ପାଇଁ ଅବଦାନ’। ଏହି ଇଭେଣ୍ଟ ଡିଜିଟାଲ୍ ପ୍ଲାଟଫର୍ମରେ କରାଯାଇଛି ।

LEAVE A REPLY

Please enter your comment!
Please enter your name here