ପ୍ରବଳ ବର୍ଷାର ସମ୍ଭାବନା ରହିଛି ଏହି ୧୦ ଜିଲ୍ଲାରେ

0
65

ଭୁବନେଶ୍ୱର: ଓଡ଼ିଶା ଉପକୂଳକୁ ଲାଗିଥିବା ପଶ୍ଚିମବଙ୍ଗର ଉତ୍ତର- ପଶ୍ଚିମ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ସକାଳେ ଦୁର୍ବଳ ହୋଇପଡ଼ିଛି। ହେଲେ, ଏହାର ପ୍ରଭାବରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ଅବସ୍ଥିତ ରହିଛି ଏବଂ ସମୁଦ୍ର ପତ୍ତନରେ ପାଖାପାଖି ୫.୮ କିଲୋମିଟର ଉଚ୍ଚତାରେ ଦକ୍ଷିଣ- ପଶ୍ଚିମ ଦିଗରେ ବିସ୍ତାରିତ ହୋଇ ରହିଛି।

ଅନ୍ୟପକ୍ଷରେ, ଉତ୍ତର ଆଣ୍ଡାମାନ ସାଗର ଏବଂ ବଙ୍ଗୋପସାଗରର ପୂର୍ବ- କେନ୍ଦ୍ରୀୟ ଉପସାଗରରେ ଆସନ୍ତା ଅକ୍ଟୋବର ୯ ତାରଖରେ ଆଉ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଉତ୍ତର- ପଶ୍ଚିମ ଦିଗକୁ ଗତିକରି ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରର ମଧ୍ୟଭାଗରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ଅଛି।

LEAVE A REPLY

Please enter your comment!
Please enter your name here