ପ୍ରତାଡ଼ିତଙ୍କୁ ନାଗରିକତା ଦେବାର ନିୟମ ସିଏଏ: ଶାହା

0
304
dsa
ddf

ଭୁବନେଶ୍ୱର(ଆଚିଭର୍ସ ନ୍ୟୁଜ୍‌): ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା । ବିଭିନ୍ନ କାର୍ଯ୍ୟରେ ଯୋଗ ଦେବା ସହ ସିଏଏ ସମର୍ଥନରେ ଭୁବନେଶ୍ୱର ଜନତା ମଇଦାନ ବିଶାଳ ସମାବେଶରେ ଉଦ୍‌ବୋଧନ ଦେଇଛନ୍ତି । ଶାହାଙ୍କ କହିଛନ୍ତି କି, ଦେଶର ବିଭାଜନ ହୋଇଛି ବିଭାଜନ ପରେ ଲକ୍ଷ ଲକ୍ଷ ଲୋକ ପାକିସ୍ତାନ, ଆଫଗାନିସ୍ତାନ, ବାଙ୍ଗଲାଦେଶରେ ରହିଗଲେ। ଏହି ସବୁ ଲୋକ ବିଭିନ୍ନ ଧର୍ମର ଥିଲେ। ସେମାନଙ୍କର ଅନ୍ୟ ଦେଶରେ ଉତ୍ପୀଡ଼ନା କରାଗଲା। ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଗଲା। ଜବରଦସ୍ତ ବାଲ୍ୟ ବିବାହ କରାଗଲା, ବଳାତ୍କାର କରାଗଲା, ଧର୍ମ ସ୍ଥାନ ଭଙ୍ଗା ଗଲା। ଏହି ସବୁ ଲୋକ ଭାରତରେ ଆସି ଶରଣ ନେଲେ। ୭୦ ବର୍ଷ ହୋଇ ଗଲାଣି ଏହି ସବୁ ଲୋକମାନଙ୍କ ପାଖରେ ରହିବାକୁ ଘର ନାହିଁ, ନାଗରିକତା ନାହିଁ, ପଢାଲେଖା ବ୍ୟବସ୍ଥା ନାହିଁ, ସ୍ଵାସ୍ଥ୍ୟ ବ୍ୟବସ୍ଥା ନାହିଁ। ସେମାନଙ୍କର ମାନବ ଅଧିକାରର କଣ ହେବ।

LEAVE A REPLY

Please enter your comment!
Please enter your name here