ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ

0
390

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୧୫/୦୭ (ବ୍ୟୁରୋ)-  CBSE ଦଶମ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନ www.cbse.nic.in ଓ cbseresults.nic.in ୱେବ୍‌ସାଇଟ୍‌କୁ ଯାଇ ରେଜଲ୍ଟ ଜାଣିପାରିବେ।

ଡିଜି ଲକର୍‌ ମୋବାଇଲ ଆପ୍ ଜରିଆରେ ମଧ୍ୟ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ।

ଚଳିତ ବର୍ଷ ପ୍ରାୟ ୧୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ଯାଏ ପରୀକ୍ଷା ହୋଇଥିଲା। କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍ କଟକଣା ଲାଗୁ ହେବା‌ପରେ ୬ଟି ବିଷୟରେ ପରୀକ୍ଷା ହୋଇପାରିନଥିଲା ଓ ଏହାକୁ ପରେ ବାତିଲ କରାଯାଇଥିଲା। ତେବେ ଆଭରେଜ୍ ମାର୍କିଂ ଦ୍ୱାରା ରେଜଲ୍ଟ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here