ପେଟ୍ରୋଲ, ଡିଜେଲ ପରେ ଏବେ ସୁନା ଦର ୫୦,୦୦୦କୁ ବୃଦ୍ଧି

0
240

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୨୬/୦୬ (ବ୍ୟୁରୋ)- ଡିଜେଲ ଏବଂ ପେଟ୍ରୋଲ ପରେ ଏବେ ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଛି । ଘରୋଇ ବଜାରରେ ଦଶ ଗ୍ରାମ ସୁନାର ମୂଲ୍ୟ ପଚାଶ ହଜାର ଟଙ୍କା ଅତିକ୍ରମ କରିଛି । ନୂଆଦିଲ୍ଲୀଠାରେ ୧୦ ଗ୍ରାମ୍ ପିଛା ସୁନା ଦର ୫୦,୦୦୦ ଟଙ୍କା ଟପି ୫୦,୪୦୫ଟଙ୍କାରେ ପହଞ୍ଚିଛି । ସେହିଭଳି ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ୍ ପିଛା ୪୮, ୭୮୦ ଟଙ୍କା ରହିଛି । ଏଠାରେ ରୂପା କିଲୋ ୪୯,୦୦୦ ଟଙ୍କା ଛୁଇଁଛି ।

LEAVE A REPLY

Please enter your comment!
Please enter your name here