ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ବାଇଁଙ୍କ ପର‌ଲୋକ

0
104

କଟକ:ଆଚିଭର୍ସ ନ୍ୟୁଜ୍ ୦୭/୦୯(ବ୍ୟୁରୋ)-  ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ରାଜନେତା ନରେନ୍ଦ୍ର ସ୍ବାଇଁଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ କରୋନା ଆକ୍ରାନ୍ତ ହୋଇ କଟକର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବର୍ଗତ ସ୍ୱାଇଁଙ୍କ ଦେହାନ୍ତରେ କଟକ ଜିଲ୍ଲା ବିଜେଡ଼ି ସଭାପତି ଦେବାଶିଷ ସାମନ୍ତରାୟ, ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଜିଲ୍ଲାର ସାଂସଦ, ବିଧାୟକ ଓ ଦଳର ବରିଷ୍ଠ କର୍ମକର୍ତ୍ତା ଗଭୀର ଶୋକ ପ୍ରକାଶ କରିଛନ୍ତି।  ବିଜୁ ଜନତା ଦଳ ଜଣେ ବରିଷ୍ଠ ସଂଗଠକଙ୍କୁ ହରାଇଲା ବୋଲି କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଶାନ୍ତ ନାୟକ ସୂଚନା ଦେଇଛନ୍ତି। କଟକ ଜିଲ୍ଲା ବିଜେଡ଼ି ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here