ପୁଣି ଏକାଠି ହେବେ ଶାହରୁଖ୍‌-ଦୀପିକା

0
30

ଆଚିଭର୍ସ ନ୍ୟୁଜ୍ ୧୫/୦୯ (ବ୍ୟୁରୋ)- ଅଭିନେତା ଶାହରୁଖ ଖାନ୍‌ ଓ ଦୀପିକା ପାଦୁକୋନଙ୍କ ଯୋଡ଼ି ପୁଣି ଥରେ ଦେଖିବାକୁ ମିଳିବ। ତାମିଲ ଫିଲ୍ମ ନିର୍ଦ୍ଦେଶକ ଏଟଲୀ କୁମାରଙ୍କ ଦ୍ବିଭାଷୀ (ହିନ୍ଦୀ ଓ ତାମିଲ) ଚଳଚ୍ଚିତ୍ର ‘ସନ୍‌କୀ’‌ରେ ଉଭୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଚଳିତବର୍ଷ ଆରମ୍ଭ‌ରେ ଏହାର ପୋଷ୍ଟର୍‌ ଶୁଭମୁକ୍ତି ହୋଇପା‌ରେ। ସବୁ ଠିକ୍‌ଠାକ୍‌ ରହିଲେ ଚତୁର୍ଥଥର ପାଇଁ ଶାହରୁଖ-ଦୀପିକାଙ୍କ ଯୋଡ଼ିକୁ ରୁପେଲି ପରଦାରେ ଦେଖିବାର ସୁଯୋଗ ମିଳିବ। ଶାହରୁଖଙ୍କ ଅଭୀନିତ ‘ଓମ୍‌ ଶାନ୍ତି ଓମ୍‌’ ଚଳଚ୍ଚିତ୍ରରେ ଦୀପିକା ନାୟିକା ଭାବେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ପରେ ଉଭୟଙ୍କୁ ‘ଚେନ୍ନାଇ ଏକ୍ସପ୍ରେସ’, ‘ହାପି ନ୍ୟୁ ଇୟର’‌‌‌‌ରେ ଏକାଠି ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here