ପୁଣି ଉଦାରତା ଦେଖାଇଲେ ସୋନୁ

0
32

ଭୁବନେଶ୍ବର, ଆଚିଭର୍ସ ନ୍ୟୁଜ୍ ୧୩/୦୯ (ବ୍ୟୁରୋ)- ଅସହାୟଙ୍କୁ ପୁଣି ସାହାଯ୍ୟର ହାତ ବଢାଇଲେ ବଲିଉଡ୍ ଅଭିନେତା ସୋନୁ ସୁଦ । ତାଙ୍କର ଏଭଳି କାମ ପାଇଁ ସେ ବାରମ୍ବାର ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏଥର ସେ ଜଣେ ଓଡିଆ ଝିଅର କର୍କଟ ରୋଗର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଅନୁରୋଧ କରିବା ସହ ଝିଅଟିର ଚିକିତ୍ସା ପ୍ରତି ଧ୍ୟାନ ଦେବା ପାଇଁ ମଧ୍ୟ କହିଛନ୍ତି ।

କର୍କଟ ପୀଡିତା ଜଣକ ହେଉଛନ୍ତି ବରଗଡ଼ ଜିଲ୍ଲା ଆତାବିରା ଅଞ୍ଚଳର ୨୨ ବର୍ଷିୟ ରତ୍ନବତୀ ପ୍ରଧାନ । ସେ ଦୀର୍ଘଦିନ ହେବ ଫୁସଫୁସ୍ କର୍କଟ ରୋଗରେ ପୀଡିତ ଅଛନ୍ତି । ତେବେ ତାଙ୍କୁ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ସହାୟତା ମିଳିନଥିବା କୁହଯାଉଛି । ତେବେ ଏ ବିଷୟରେ ସୁକାନ୍ତ କୁମାର ମେହେର ନାମକ ଜଣେ ବ୍ୟକ୍ତି ଟୁଇଟ କରି ସୋନୁୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଟୁଇଟ ପରେ ସୋନୁ ସୁଦ ଝିଅଟିର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।

ଏହା ପୂର୍ବରୁ ଲକଡାଉନରେ ପ୍ରବାସୀଙ୍କ ପାଇଁ ସୋନୁ ସାଜିଥିଲେ ଦେବଦୂତ । ଅନେକ ପ୍ରବାସୀଙ୍କୁ ସହଯୋଗର ହାତ ବଢାଇଥିଲେ ସୋନୁ । ବସ୍ ଯୋଗେ ଶ୍ରମିକଙ୍କୁ ଘରକୁ ପଠାଇବା ସହ ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରିଥିଲେ । କେବଳ ଓଡିଶା ନୁହେଁ ଅନେକ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସୋନୁ ସାହାଯ୍ୟ କରିଥିଲେ । ଏଥିପାଇଁ ତାଙ୍କୁ ଅନେକ ଲୋକ ଦେବତା ଭାବେ ପୂଜା କରିଥିଲେ । ସୋନୁଙ୍କ ଏଭଳି କାମ ପାଇଁ ତାଙ୍କୁ ଚାରିଆଡୁ ପ୍ରସଂଶା ମଧ୍ୟ ମିଳିଥିଲା ।

ବଡ଼ ପରଦାରେ ସମସ୍ତେ ସୋନୁଙ୍କୁ ଖଳନାୟକ ଭାବେ ଦେଖିଥିବେ, ହେଲେ ରିୟଲ ଲାଇଫରେ ତାଙ୍କର ଏଭଳି ମହାନ କାମ ପାଇଁ ସେ ବେଶ ପ୍ରଶଂସା ସାଉଁଟିଛନ୍ତି । ତାଙ୍କ ନାଁରେ କିଏ ଦୋକାନ ଖୋଲୁଥିବା ବେଳେ ଆଉ କିଏ ତାଙ୍କ ଫଟୋକୁ ଠାକୁର ଘରେ ରଖି ପୂଜା କରୁଛନ୍ତି । ତେବେ ସୋନୁଙ୍କ ଏଭଳି ମହାନ କାମ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ବର୍ତ୍ତମାନ ଜଣେ କର୍କଟ ରୋଗୀଙ୍କୁ ସେ ସହଯୋଗର ହାତ ବଢାଇଛନ୍ତି । ଏଥିପାଇଁ ସେ ଓଡିଶା ସରକାରଙ୍କୁ ଅନୁରୋଧ କରିବା ସହ ଝିଅଟିର ଚିକିତ୍ସା କରିବା ପାଇଁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here