ପୁଅ ହେଲାନି ବୋଲି ପୋଡ଼ିଦେଲେ !

0
522
tree
ytrfv

ରାଉରକେଲାରେ ଅମଣିଷପଣିଆର ନଗ୍ନ ଚିତ୍ର । ଗର୍ଭବତୀ ମହିଳାଙ୍କୁ ପୋଡ଼ି ହତ୍ୟା ଅଭିଯୋଗ । ପୁଅ ନହେବାରୁ ୮ମାସର ଗର୍ଭବତୀ ବୋହୂକୁ ଶ୍ୱଶୁରଘର ଲୋକେ ଜାଳି ମାରି ଦେଇଥିବା ଅଭିଯୋଗ ହୋଇଛି ।  ରାଉରକେଲା ବନ୍ଧମୁଣ୍ଡା ଥାନା କୋଇଲା ଗେଟ୍‌ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜଣେ ବିବାହିତା ମହିଳା ଗର୍ଭବତୀଙ୍କୁ ଶାଶୁ ଘର ଲୋକ ପୋଡ଼ି ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସ୍ୱାମୀଙ୍କ ସହ ୪ ଜଣଙ୍କୁ ଅଟକ ରଖିଛି ବନ୍ଧମୁଣ୍ଡା ପୋଲିସ । ମୃତକ ହେଲେ ରାଉରକେଲା ଗୋପବନ୍ଧୁପାଲି ଅଞ୍ଚଳରେ ଶିବ ପ୍ରସାଦ ସୋନକାରଙ୍କ ଝିଅ ରାଧା କୁମାରୀ । ରାଧା ୨୦୧୫ରେ ଗର୍ଭବତୀ ହୋଇଥିଲେ । ହେଲେ ଗର୍ଭରେ ଝିଅ ଥିବା ଜାଣି ସ୍ୱାମୀ ଗର୍ଭ ନଷ୍ଟ କରିଥିଲେ  ପରେ ୨୦୧୭ରେ ପୁଣିଥରେ ଗର୍ଭବତୀ ହୋଇଥିଲେ ମହିଳା ଏବଂ ଏକ କନ୍ୟା ଝିଅ ସନ୍ତାନ ଜନ୍ମଦେଇଥିଲେ । ତେବେ ଝିଅ ହେବାକୁ ପରିବାର ସଦସ୍ୟ ଅକନଥୀୟ ନିର୍ଯାତନା ଦେଇଥିଲେ ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି । ପୁଣି ଥରେ ୨୦୧୯ ମେ ମାସରେ ମହିଳା ଜଣଙ୍କ ଗର୍ଭବତୀ ହୋଇଥିଲେ । ତେବେ ଏଥର ବି କନ୍ୟା ସନ୍ତାନ ଥିବା ଜାଣିବାକୁ ପାଇବାରୁ ଅତ୍ୟାଚାର ସୀମୀ ଟପିଥିଲା । ପୁତ୍ର ସନ୍ତାନ ପାଇଁ ହିତାହିତ ଜ୍ଞାନ ହରାଇ ବସିଥିଲେ ପରିବାର ଲୋକ । ଗର୍ଭରେ ଏକ ନିଷ୍ପାପ ଶିଶୁ ଥିବା ଜାଣି ପୁତ୍ର ମୋହରେ ଗର୍ଭବତୀ ବୋହୁକୁ ପୋଡ଼ି ମାରିଦେଇଛନ୍ତି ଶ୍ୱଶୁରଘର ଲୋକେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here