ପୁଅ-ଝିଅ ବିବାହ ପୂର୍ବରୁ ସମୁଦି-ସମୁଦୁଣୀ ଫେରାର

0
356
sd
ff

ସୁରଟ(ଆଚିଭର୍ସ ନ୍ୟୁଜ୍‌): ପୁଅ-ଝିଅ ବିବାହ ପୂର୍ବରୁ ସମୁଦି-ସମୁଦୁଣୀ ଫେରାର । ଅର୍ଥାତ ପୁଅ-ଝିଅଙ୍କ ବିବାହ ପ୍ରସ୍ତାବ ଲାଗିଥିବା ବେଳେ ଏମାନେ ଆଉ କିଛି ଦିନ ତଲେ ସମୁଦି-ସମୁଦୁଣୀ ହୋଇଥାନ୍ତେ ହେଲେ ଘରୁ ହୋଇଗଲେ ଫେରାର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁରଟରେ, ଗୋଟିଏ ସପ୍ତାହ ପରେ ଦୁହିଁଙ୍କ ପୁଅ-ଝିଅଙ୍କ ବିବାହ ହୋଇଥାନ୍ତା ହେଲେ ଘରେ କାହୁ ନଜଣାଇ ସମୁଦି ହିମାତ୍ ପାଣ୍ଡବ ଏବଂ ସମୁଦୁଣୀ ନଭସାରୀର ଶୋଭନା ରାଭାଲ ଲୁଚି ଚାଲି ଯାଇଥିଲେ । ତେବେ ଏହି ଯୋଡି ‘ନିଖୋଜ’ ହେବା ନେଇ ପୋଲିସ ପାଖରେ କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ । ପାଣ୍ଡବ ସୁରଟର କାଟାରଗାମ ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ରାଭାଲ ନାଭସାରୀ ଜିଲ୍ଲାର ବିଜୟଲପୁର ସହରରୁ ଆସିଛନ୍ତି। ଜାନୁଆରୀ ୨୬ ରେ ସେମାନେ ଫେରିବା ପରେ ସ୍ୱାମୀ ତାଙ୍କୁ ଗ୍ରହଣ କରିବାକୁ ମନା କରିବା ପରେ ରାଭାଲ ତାଙ୍କ ପିତାମାତାଙ୍କ ଘରକୁ ଯାଇଥିଲେ କିନ୍ତୁ ସେଠାରେବି ତାଙ୍କକୁ ନିରାଶ ହୋଇ ଫେରିବାକୁ ପଡ଼ିଥଲା ।
ପାଣ୍ଡବ ଏବଂ ରାଭାଲ ଗତ ଶନିବାର ନିଜ ନିଜ ଘରୁ ବାହାରିଛନ୍ତି । ସେମାନେ ସୁରଟର ଏକ ଭଡା ଘରେ ରହିଥିବାର ଜଣାଯାଇଛି।

LEAVE A REPLY

Please enter your comment!
Please enter your name here