ପିପିଲି ଉପନିର୍ବାଚନ ତାତି ବଢ଼ୁଛି

0
26

ଭୁବନେଶ୍ବର : ପିପିଲି ଉପନିର୍ବାଚନକୁ ନେଇ ରାଜନୈତିକ ଉଷ୍ଣତା କ୍ରମଶଃ ବଢ଼ିବାରେ ଲାଗିଛି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ତତ୍ପରତା ପ୍ରକାଶ ପାଇଲାଣି। ପିପିଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୪୬ ପଞ୍ଚାୟତ (ପିପିଲି ବ୍ଲକର ୨୫, ଡେଲାଙ୍ଗ ବ୍ଲକର ୨୧) ଓ ପିପିଲି ଏନ୍‌ଏସିର ୧୬ଟି ଯାକ ଵାର୍ଡରେ ଏବେଠାରୁ ରାଜନୀତି ସରଗରମ। ଗୋଟିଏ ବଡ଼ ମୁକାବିଲା ପାଇଁ ସବୁ ଦଳ ପ୍ରସ୍ତୁତ କରୁଥିବା ଦାବି କରୁଛନ୍ତି।ଆଜି କଂଗ୍ରେସ ତାର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ଯେ ଜିଲ୍ଲା ସଭାପତି ଅଜିତ ମଙ୍ଗରାଜ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ହେବେ। କମିଟି ତାଙ୍କ ସୁପାରିସ କରିସାରିଛନ୍ତି। ପ୍ରାର୍ଥୀ ଚୟନ ନିଷ୍ପତ୍ତି ଏଆଇସିସିର। ୩୦ ତାରିଖ ପୂର୍ବରୁ ଏହା ଚୂଡ଼ାନ୍ତ ହେବ। କେନ୍ଦ୍ର ଓ ରାଜ୍ୟର ନେତାଙ୍କୁ ନେଇ ୩୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଶ୍ରୀ ପଟ୍ଟନାୟକ।ସେହିପରି ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ କହିଛନ୍ତି ଯେ ଦଳ ଦୁର୍ବଳ ଥିଲେ ବି ତ୍ରିମୁଖୀ ଲଢ଼େଇ ହେବା ନିଶ୍ଚିତ। ଚିରଞ୍ଜୀବୀ ବିଶ୍ବାଳଙ୍କ ନେତୃତ୍ବରେ ଗଠିତ ଟିମ୍ ଯେଉଁ ରିପୋର୍ଟ ଦେଇଛନ୍ତି, ସେ ଆଧାରରେ ହିଁ ପ୍ରାର୍ଥୀ ଚୟନ କରାଯିବ। ସେ ନିଜେ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି। ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ସ୍ବାଇଁ ଲଢ଼ିଲେ ବି ତାଙ୍କ ପାଇଁ ସେ ପ୍ରଚାର କରିବେ।ସେପଟେ ରାଜ୍ୟ କାର୍ଯ୍ୟାଳୟରେ ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଦଳର ଶୀର୍ଷ ନେତାଙ୍କୁ ନେଇ ରଣନୀତି ବୈଠକ ବସିଥିଲା। ବିଧିବଦ୍ଧ ଘୋଷଣା ନହେଲେ ବି ପୁରୀ ଜିଲ୍ଲା ବିଜେପି ସଭାପତି ତଥା ଗତଥର ପିପିଲି ଆସନରେ ବିଜେପିରୁ ଲଢ଼ିଥିବା ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ ହେବା ପ୍ରାୟ ନିଶ୍ଚିତ। ଆଜିର ବୈଠକରେ ସେ ବି ଉପସ୍ଥିତ ଥିଲେ। ବ୍ୟାପକ ଆଲୋଚନା ପରେ ସ୍ଥିର ହୋଇଛି ଯେ ବିଜେଡି ଯେଭଳି ରଣକୌଶଳ କରିବ, ବିଜେପି ବି ସେସବୁ ସ୍ଥାନରେ ମୁକାବିଲା ଲାଗି କୌଣସି ସୁଯୋଗ ହାତଛଡ଼ା କରିବ ନାହିଁ। ହରାଇଥିବା ବାଲେଶ୍ବର ସଦର ଆସନ ଯେଭଳି ପିପିଲିରେ ଦଳ ଫେରିପାଇବ, ସେ ନେଇ ନେତାମାନେ ସଂକଳ୍ପ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here