ପରୀକ୍ଷା ସ୍ଥଗିତ, ଶିକ୍ଷକଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

0
680
f
23t3

ଭୁବନେଶ୍ୱର: କରୋନା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ସମସ୍ତ ପରୀକ୍ଷା ଘୁଞ୍ଚାଇବାକୁ ତଥା ଶିକ୍ଷକମାନଙ୍କୁ ସ୍କୁଲ ଆସିବାକୁ ମନା କରାଯାଇଛି। ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ। ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଶିକ୍ଷକମାନେ ମଧ୍ୟ ସ୍କୁଲ ଆସିବେ ନାହିଁ। ତେବେ ସ୍କୁଲ ନ ଆସିଲେ ମଧ୍ୟ ଶିକ୍ଷକମାନଙ୍କୁ ସର୍ବଦା ଫୋନରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦ୍ୱାଦଶ ଶ୍ରେଣୀ ପାଇଁ ଚାଲୁ ରହିଥିବା ପରୀକ୍ଷା ଜାରି ରହିବ। ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଖାତାଦେଖା ଯଥାରୀତିରେ ଚାଲିବ। ସମସ୍ତ କୋଚିଂ ସେଣ୍ଟର, ଟ୍ୟୁସନ ମଧ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍କୁଲଗୁଡିକୁ ଛୁଟି ଘୋଷଣା କରାଯାଇଥିଲ। ।

LEAVE A REPLY

Please enter your comment!
Please enter your name here