ପତଞ୍ଜଳି କରୋନା ଔଷଧର ବଜାର ପ୍ରବେଶ

0
429

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୨୪/୦୬ (ବ୍ୟୁରୋ)- ଯୋଗଗୁରୁ ରାମଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ଆୟୁର୍ବେଦ କମ୍ପାନୀ ପତଞ୍ଜଳି ପକ୍ଷରୁ କରୋନା ସଂକ୍ରମଣର ଉପଚାର ପାଇଁ ଔଷଧ ପ୍ରସ୍ତୁତ କରାଯାଇଛି । ଏ ସମ୍ପର୍କରେ ବାବା ରାମଦେବ ମଙ୍ଗଳବାର ଘୋଷଣା କରିବା ସହିତ ଏହାର ବଜାର ପ୍ରବେଶ କରାଇଛନ୍ତି । ‘କରୋନିଲ ଆଣ୍ଡ ଶ୍ୱାସରି’ ନାମରେ ଏହି ଔଷଧ କରୋନା ସଂକ୍ରମିତଙ୍କୁ ୩ଦିନରେ ଶତପ୍ରତିଶତ ଆରୋଗ୍ୟ କରିବାରେ ସଫଳ ହେବ ବୋଲି ରାମଦେବ କହିଛନ୍ତି । ଔଷଧର ମୂଲ୍ୟ ୫୪୫ ଟଙ୍କା । ଦିଲ୍ଲୀ ଓ ଅହମଦାବାଦରେ ଏହାର ପରୀକ୍ଷା କରାଯାଇଛି । ସପ୍ତାହକ ମଧ୍ୟରେ ଏହା ପତଞ୍ଜଳିର ଷ୍ଟୋରଗୁଡ଼ିକରେ ଉପଲବ୍ଧ ହେବ ବୋଲି ପତଞ୍ଜଳିର ମୁଖ୍ୟ କାର୍ଯ୍ୟଦିର୍ବାହୀ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି ।

LEAVE A REPLY

Please enter your comment!
Please enter your name here