ନୂଆ କୃଷି ଆଇନ

0
52

ଆଚିଭର୍ସ ନ୍ୟୁଜ୍ ୨୪/୦୯ (ବ୍ୟୁରୋ)-  ଭାରତ‌ରେ ୭୫ ଭାଗ ଲୋକଙ୍କ ବର୍ତ୍ତମାନ ଓ ଭବିଷ୍ୟତ କୃଷି କାର୍ଯ୍ୟ ସହିତ ଯୋଡ଼ି ହୋଇ ରହିଛି। ଏବେ ଯେତେବେଳେ କରୋନା କବ୍‌ଜାରେ ପୂରା ଦେଶ ରହିଛି, ସରକାର ଏବ˚ ଅନେକ ଅର୍ଥଶାସ୍ତ୍ରୀ ମାନୁଛନ୍ତି କି କେବଳ କୃଷି ଏବ˚ କୃଷକର ପରିଶ୍ରମ ଆଧାରରେ ଦେଶର ଅର୍ଥ ବ୍ୟବସ୍ଥା ବଞ୍ଚି ରହିଛି। କିନ୍ତୁ ଅନ୍ୟ ପଟେ କେନ୍ଦ୍ର ସରକାର ଏଭଳି ତିନିଟି କୃଷି ବିଲ୍‌ ଆଣି ସ˚ସଦରେ ପାରିତ କରାଇ ନେଇଛନ୍ତି, ଯାହା ଆଇନରେ ପରିଣତ ହେଲେ ସରକାରଙ୍କ ସମସ୍ତ ଦାବି ସତ୍ତ୍ବେ ଚାଷୀଙ୍କ ହିତରେ କେତେ ରହିବ ତାହା ଏକ ବଡ଼ ପ୍ରଶ୍ନ। ଏକ ସନ୍ଦେହ ସୃଷ୍ଟି ହେଉଛି ଯେ ସରକାର ‘ଏମଏସ୍‌ପି’ରେ କିଣିବା ବ୍ୟବସ୍ଥାକୁ ବନ୍ଦ କରି କୃଷକର ଉତ୍ପାଦକୁ କମ୍ପାନିମାନଙ୍କ ହାତରେ ସିଧାସଳଖ ଟେକି ଦେବାର ଅଭିସନ୍ଧିରେ ଏହି ଆଇନ ଆଣିବାକୁ ଯାଉଛନ୍ତି।

ଏହା ସମସ୍ତେ ଜାଣନ୍ତି ଯେ ବିଶ୍ବ ବାଣିଜ୍ୟ ସ˚ସ୍ଥା (WTO) କୃଷକଙ୍କୁ ମିଳୁଥିବା ‘ଏମଏସ୍‌ପି’ ସହ ସବୁ ସବ୍‌ସିଡି ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଉଛି। ଏହା ପୂର୍ବରୁ ମଧୢ ୟୁପିଏ ଓ ଏନ୍‌ଡିଏ ସରକାର ‘ଏମଏସ୍‌ପି’ ବନ୍ଦ କରେଇବା ପାଇଁ ଉପକ୍ରମ କରିଥିଲେ। ତେବେ କୃଷକ ଆନ୍ଦୋଳନ ଫଳରେ ଏହା ସମ୍ଭବ ହୋଇ ପାରି ନ ଥିଲା। ତେଣୁ ଏହି କରୋନା କାଳରେ ମଧୢ ସରକାରଙ୍କ ଏ ଉଦ୍ୟମ ବିରୋଧରେ କୃଷକ ଆନ୍ଦୋଳନ ତେଜିଥିବା ଦେଖାଗଲାଣି।

LEAVE A REPLY

Please enter your comment!
Please enter your name here